ସରିଲା ଭାଜପାର ଜୋନାଲସ୍ତରୀୟ ପ୍ରଶିକ୍ଷଣ ମହାଭିଯାନ
ରାୟଗଡା (info media): ରାୟଗଡ଼ା ଜିଲା ଭାଜପା କାର୍ଯ୍ୟାଳୟଠାରେ ୮ଟି ସାଂଗଠନିକ ଜିଲ୍ଲାର ନିର୍ବାଚିତ ପ୍ରତିନିଧ୍ ଓ ଅନ୍ୟମାନଙ୍କୁ ନେଇ ଏକ ଜୋନାଲସ୍ତରୀୟ ଦୀନ୍ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ୨୦୨୬ ଶନିବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଂଯୋଜକ ତଥା ନବରଙ୍ଗପୁର ଏମ୍ପି ବଳଭଦ୍ର ମାଝିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ । ଗଣ୍ଡ ଯୋଗଦେଇଥିଲେ । ଏଥିରେ ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ସମେତ ଗଜପତି, ଗଞ୍ଜାମ, – ଘୁମୁସୁର ଓ ଆସିକା ସାଂଗଠନିକ ଜିଲାର ନିର୍ବାଚିତ ଲୋକ ପ୍ରତିନିଧି ଓ କର୍ମକର୍ତ୍ତା ଯୋଗଦେଇଥିଲେ। ଏଥିରେ ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ସାଧାରଣ ସମ୍ପାଦକ ସାରଦା ଶତପଥୀ, ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା, ଅମର ପଟ୍ଟନାୟକ ପ୍ରମୁଖ ଦାୟିତ୍ବରେ ରହି ପରିଚାଳନ ଳନାରେ ସହଯୋଗ କରିଥିଲେ। ୮ସାଙ୍ଗଠନିକ ଜିଲାରୁ ୨୪୦ଜଣ ଏଥିରେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ଶିବିରରେ ବୈଚାରିକ ପୃଷ୍ଠଭୂମି, ଇତିହାସ ଏବଂ ବିକାଶ, କାର୍ଯ୍ୟ ବିସ୍ତାର ପାଇଁ ଆମର ଦୃଷ୍ଟିକୋଣ, କାର୍ଯ୍ୟ ପଦ୍ଧତି, ନିଜ ସରକାରଙ୍କ ସଫଳତା ଏବଂ କାର୍ଯ୍ୟାନ୍ଵୟନ(ଉପେକ୍ଷିତ ହିତାଧୂକାରୀଙ୍କୁ ସରକାରୀ ଯୋଜନାରେ ଯୋଡ଼ିବା), ସୋସିଆଲ ମିଡିଆ, ଏଆଇ, ନମୋ ଆପ୍ ଓ ସରଳ ଆପ୍ ସହ ବୁଥ୍ ପରିଚାଳନା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଭା ଅନ୍ଵେଷଣ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା ।ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଅନ୍ତ୍ୟୋଦୟ ଓ ରାଷ୍ଟ୍ରନିର୍ମାଣର ଆଦର୍ଶକୁ ନେଇ ସମସ୍ତେ ସଂକଳ୍ପବଦ୍ଧ ନେଇଥିଲେ lଏହି କାର୍ଯ୍ୟକ୍ରମକୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ, କାଳୀରାମ ମାଝି, ଶିବଶଙ୍କର ଉଲାକା, ବସନ୍ତ ଉଲାକା, ଜିଲା କମିଟି ସାଧାରଣ ସମ୍ପାଦକ ଭିକାରୀ ନାହାକ, ସମ୍ପାଦକ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
