ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଢେଇ ଦିବସ ପାଳନ ।
ଗଜପତି,୨୧.୩(ମନୋଜ ପାଢ଼ୀ)–: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଠାରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ବିଦ୍ୟାଳୟର ଅରୁଣ ,ଉଦୟ ଓ ପ୍ରଭାତ ଶ୍ରେଣୀର ପିଲାମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଣ୍ଢେଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଶତାଧିକ ଅବିଭାବକମାନେ ଏହି କଣ୍ଢେଇ ଦିବସ ଅଂଶଗ୍ରହଣ କରିବା ସହ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ। ମୋବାଇଲ୍ ଏବଂ କାର୍ଟୁନ୍ ର ଏହି ଯୁଗରେ ପିଲାମାନଙ୍କ ମଧ୍ୟରେ କଣ୍ଢେଇ ପ୍ରତି କମିଯାଉଥିବା ରୁଚିକୁ ପୁନଃଜାଗରଣ କରିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । କାର୍ଯ୍ୟକ୍ରମଟି ଶିଶୁ ବାଟିକା ପ୍ରମୁଖ ମମତା ମହାପାତ୍ର ନେତୃତ୍ୱରେ ତଥା ପ୍ରଧାନାଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ତତ୍ବାବଧାନରେ ପାଳିତ ହୋଇଥିଲା ।
