ସରକାରୀ ଉଚ୍ଚ ବିଦ୍ୟାଳୟ, ନାମନଗଡ଼ ରେ ବାର୍ଷିକ ଉତ୍ସବ ।

ସରକାରୀ ଉଚ୍ଚ ବିଦ୍ୟାଳୟ, ନାମନଗଡ଼ ରେ ବାର୍ଷିକ ଉତ୍ସବ ।

ସରକାରୀ ଉଚ୍ଚ ବିଦ୍ୟାଳୟ, ନାମନଗଡ଼ ରେ ବାର୍ଷିକ ଉତ୍ସବ ।

ଗଜପତି,୭.୨(ମନୋଜ ପାଢ଼ୀ):– ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ (୨୦୨୫-୨୬)ର ବାର୍ଷିକ ଉତ୍ସବ ମହାଡମ୍ବର ରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ମୁଖ୍ୟ ଅତିଥ୍ ନାମନଗଡ଼ ଶ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର. ସୋନାଲି ସାହୁ, ସମ୍ମାନିତ ଅତିଥ୍‌ ନାମନଗଡ଼ ପଞ୍ଚାୟତ ସରପଞ୍ଚ ମହଦୟା ପୁଷ୍ପାଞ୍ଜଳି ଭୂୟାଁ,ଲୋକ ପ୍ରତିନିଧ୍ବ ଗୀତା ପାଇକ ଓପ୍ରଧାନ ଶିକ୍ଷକ ହରିହର ଦାସ ଓ ବିଦ୍ୟାଳୟ ର ବଳିଷ୍ଠ ଶୀକ୍ଷୟତ୍ରୀ ଟି ଦିପିକା ମଞ୍ଚାସିନ ଥିଲେ। ଏହି ଅବସରରେ କାର୍ଯ୍ୟ କ୍ରମ ଆରମ୍ଭ ରୁ ସିଧ୍ଧ ବିନାୟକ ଙ୍କୁ ପୂର୍ଷମାଲ୍ୟ ଅର୍ପଣ କରିଥିଲେ ତତ୍ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ପ୍ରତୀମୂର୍ତୀରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲା ଏହା ପରେ ବିଦ୍ୟାଳୟ ର ବଳିଷ୍ଠ ଶିକ୍ଷକ ବିଶ୍ବନାଥ ପାଣିଗ୍ରାହୀ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ।

ମୂଖ୍ୟ ଅତିଥି ଏବ ସଭାପତି ଙ୍କ ଅଭିଭାଷଣ ରେ ଛାତ୍ର ମାନଙ୍କୁ ଶିକ୍ଷାଗତ ଆଧାରିତ ନିତୀ ଆଦର୍ଶ ଉପରେ ଗୁରୁ ମନ୍ତ୍ର ଦେଇଥିଲେ। ଏବଂ ବର୍ତ୍ତମାନ ସରକାର ଙ୍କ ଶିକ୍ଷା ନୀତି ଉପରେ ଆଲୋକପାତ କରିଥିଲେ। ସମସ୍ତ ଙ୍କ ଅଭୀଭାଷଣ ପରେ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା ଏବଂ ଜୁନିଅର ବିଭାଗରେ ଖାନ୍ ବିର ଲିମ୍ମା ଓ ସିନିୟର୍ ବିଭାଗ ରେ ଦିପୁ ଆନ୍ଦ୍ରାପୁ। ଦୁହିଁଙ୍କୁ ଚମ୍ପିୟାନ ଭାବରେ ସ୍ବତନ୍ତ୍ର ପୂରସୃତ କରାଯାଇଥିଲା।

ଏହା ପରେ ପିଲା ମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇବା ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିଚାଳିତ କରାଯାଇଥିଲା ଆଜି ଏହି କାର୍ଯ୍ୟକ୍ରମ ରେ ସିଆରସିସି ଲକ୍ଷ୍ମୀ ନାରାୟଣ ପଣ୍ଡା, ସହିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସର୍ବଶେଷ ରେ ବିଦ୍ୟାଳୟ ର ବଳିଷ୍ଠ ଶିକ୍ଷକ ରଞ୍ଜିତ ନାୟକ ଧନ୍ୟବାଦ ବାଦ ଅର୍ପଣ । କରିଥିଲେ । ଆଜି ର ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କମିଟି ସଭ୍ୟ ସଭ୍ୟା ଓ ପୂର୍ବ ତନ ଛାତ୍ର ଛାତ୍ରୀ ସହାଯ୍ୟ ଓ ସହଯୋଗ କରିଥିଲେ ।