ସମ୍ବନିତ ରୋଗ ପୋକ ପରିଚାଳନା ସମ୍ପର୍କରେ ଓରିଏଣ୍ଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।
ଗଜପତି,୨୩.୨ (ମନୋଜ ପାଢ଼ୀ)-: କେନ୍ଦ୍ରୀୟ ରୋଗ ପୋକ ପରିଚାଳନା କେନ୍ଦ୍ର ଭୂବନେଶ୍ଵର ତରଫରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଉଖୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାରି ଗ୍ରାମରେ ଦୁଇ ଦିନିଆ ଓରିଏଣ୍ଟେସନ୍ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ହୋଇଯାଇଛି। ଏଥିରେ କେନ୍ଦ୍ରର ମୂଖ୍ୟ ଅତିଥି ଡଃ ପ୍ରାଣବଲ୍ଲଭ ସାହାଣୀ,ବନସୁତି ସଂରକ୍ଷଣ ଅଧିକାରୀ ପରିଚାଳନା କରିଥିଲେ । ଏଥିରେ ଗୋଷ୍ଠୀ କୃଷି ଅଧିକାରୀ ଶ୍ରୀ ନାରାୟଣ ଚାନ୍ଦ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ସେ ଚାଷୀ ଭାଇମାନଙ୍କୁ ରୋଗ ପୋକ ପରିଚାଳନାରେ କେନ୍ଦ୍ରୀୟ ରୋଗ ପୋକ ପରିଚାଳନା କେନ୍ଦ୍ର ର ଭୂମିକା ଉପରେ ମନ୍ତବ୍ୟ ଦେଇଥିଲେ।ସେ ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ରୋଗ , ଧାନ ପରବର୍ତ୍ତି ଫସଲରେ ମୁଗ ବିରି ଏବଂ ଅନ୍ୟାନ୍ୟ ଜାତୀୟ ଅଣଧାନ ଫସଲ ଉପରେ ତାଲିମ ପ୍ରଦାନ କରିଥିଲେ। କେନ୍ଦ୍ର ର ମୂଖ୍ୟ ଡଃ ପ୍ରାଣବଲ୍ଲଭ ସାହାଣୀ ଚାଷୀ ଭାଇମାନଙ୍କୁ ରାସାୟନିକ ବିଷ ର କୁରିଣାମ , ଖାଦ୍ୟ ଶଙ୍ଖଳରେ ରାସାୟନିକ ବିଷ ର ପ୍ରୟୋଗ ଇତ୍ୟାଦି ଉପରେ ବିଶେଷ ଆଲୋକପାତ କରିଥିଲେ।
ଏଥି ସହିତ ରାସାୟନିକ ବିଷକୁ ଏକମାତ୍ର ଉପାୟ ନ ନେଇ ଯାନ୍ତ୍ରିକ ଉପାୟ ଏବଂ ଜୈବିକ ଉପାୟରେ କିପରି ରୋଗ ପୋକ ପରିଚାଳନା କରିପାରିବେ ସେ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଦ୍ରଲେ। ରାସାୟନିକ ବିଷ ର ସଠିକ୍ ମାତ୍ରା, ସଠିକ୍ ଫସଲରେ ସଠିକ୍ ବିଷ ଏବଂ ସଠିକ୍ ସମୟରେ କିପରି ରାସାୟନିକ ବିଷ ପ୍ରୟୋଗ କରିବେ ସେ ବିଷୟରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥି ସହିତ କେନ୍ଦ୍ରର ଅନ୍ୟ ଅଧିକାରୀମାନେ ବିହନ ବିଶୋଧନ , ଜୈବିକ ବିଷର ପ୍ରସ୍ତୁତି ଜୈବିକ ବିଷର ତଥା ଟ୍ରାଇକୁଡର୍ମା ପାଉଡର୍ ର ବ୍ୟବହାର , ଯାନ୍ତ୍ରିକ ଉପାୟ ତଥା ହଳଦିଆ ଅଟା ଯୁକ୍ତ ପତ୍ର,ନୀଳ ଅଟାଯୁକ୍ତ ପତ୍ର,ଫେରୋମନ ପତ୍ର ଇତ୍ୟାଦି ଅନେକ ଉପାୟ ଉପରେ ବିଶେଷ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତତ୍ ସହିତ ଚାଷୀ ଭାଇମାନଙ୍କୁ କୃଷି କ୍ଷେତରେ ଏହି ଯନ୍ତା ମାନଙ୍କୁ କିପରି ବ୍ୟବହାର କରିବେ।ସେ ଉପରେ ମଧ୍ୟ ଏକ ଉଦାହରଣ ଦେଖାଯାଇଛି।କୁତ୍ରିମ ବୁଦ୍ଧିମଣ ର ପ୍ରୟୋଗ କରି କିପରି ରୋଗ ପୋକ ପରିଚାଳନା କରିବେ । ସେ ବିଷୟରେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ NPSS ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ କେନ୍ଦ୍ରର ଅଧିକାରୀ ଶୋରୂସିସ୍ ସ୍ବାଇଁ,ଶାଜନୀ ଗୋଡ଼ସରା, ଅରିନ୍ଦମ ବାନାର୍ଜୀ,ସୁତାପାରଏ ଆଦି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଗୁମ୍ମା ବ୍ଲକର ଅନନ୍ୟା କୃଷି ଅଧିକାରୀ ଶ୍ରୀ ମତି ନର୍ମଦା ବେହେରା, ଶ୍ରୀ ପଦ୍ମନାଭ ମହାପାତ୍ର ଏବଂ ଗ୍ରାମର ସଫଳ ଚାଷୀ ଅସୁରୀୟ ମଣ୍ଡଳ ଓ ଗ୍ରାମ ର ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।
