ସମ୍ପୂର୍ଣ୍ଣତା ଅଭିଯାନ ର ଉଦଘାଟନ ଅନୁଷ୍ଠିତ ।
ଗଜପତି,୭.୨(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ ସ୍ଥିତ କଲ୍ୟାଣୀ ମଣ୍ଡପ ଠାରେ ସମ୍ପୂର୍ଣ୍ଣତା ଅଭିଯାନ ର ଉଦଘାଟନ ସମାରୋହ ଅନୁଷ୍ଠିତ ହେଇଥିଲା । ଏଥିରେ ମୋହନାର ମାନ୍ୟବର ବିଧାୟକ ଶ୍ରୀ ଦାସରଥୀ ଗମାଙ୍ଗଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି। ଆକାଂକ୍ଷା ବ୍ଳକ କାର୍ଯ୍ୟକ୍ରମ ଅଧୀନରେ ଆରମ୍ଭ ହୋଇଥିବା ଉକ୍ତ ଅଭିଯାନ ୨୮ ଜାନୁଆରୀ ଠାରୁ ଆରମ୍ଭ ହୋଇ ଏପ୍ରିଲ ୧୪ ଯାଏଁ ଚାଲୁ ରହିବ।। ନିତି ଆୟୋଗ ଦ୍ଵାରା ଚାଲୁଥିବା ଉକ୍ତ ଅଭିଯାନରେ ପୋଷଣ, ଶିକ୍ଷା ଏବଂ ପଶୁ ସଂପଦ ବିଭାଗର ବିଭିନ୍ନ ସୂଚକାଙ୍କ ଗୁଡ଼ିକ ସମ୍ପୁର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ଉକ୍ତ ଅଭିଯାନର ମୂଳ ଲକ୍ଷ୍ୟ। ଏହି ପରିପ୍ରେକ୍ଷୀରେ ମାନ୍ୟବର ବିଧାୟକ ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ଉଦବୋଧନ ଦେଇଥିଲେ।। ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ ଖର୍ସେଲ, ତହସିଲଦାର ସ୍କୃତି ରଞ୍ଜନ ମହାପାତ୍ର, ସିଡ଼ିପିଓ ଲଳିତା ପୂଜାରୀ ଓ ନମିତା ପଣ୍ଡା,ଯୋଜନା ବିଭାଗର ଉପ ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ରାଉତ, ଜିଲ୍ଲା ପରିଷଦ ର ଦେବେନ୍ଦ୍ର କର ପ୍ରମୁଖ ଏହି ଅବସରରେ ମଞ୍ଚାସୀନ ହୋଇ ସରକାର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।। ଉକ୍ତ ସମାରୋହରେ ସମସ୍ତ ବ୍ଳକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।
