ସଂସ୍ଥାର କାଗଜ ଦେଖାଇବାକୁ କହିବାର ପୋଲିସ ଉପରେ ଆକ୍ରମଣ, ୨ଗିରଫ।

ସଂସ୍ଥାର କାଗଜ ଦେଖାଇବାକୁ କହିବାର ପୋଲିସ ଉପରେ ଆକ୍ରମଣ, ୨ଗିରଫ।

ସଂସ୍ଥାର କାଗଜ ଦେଖାଇବାକୁ କହିବାର ପୋଲିସ ଉପରେ ଆକ୍ରମଣ, ୨ଗିରଫ।

ଗଜପତି,୧୩.୧(ମନୋଜ ପାଢ଼ୀ)ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଦିନକୁଦିନ ଠକ ନିଯୁକ୍ତି ସଂସ୍ଥାଙ୍କ କାରବାର ବଢିବାରେ ଲାଗିଛି । ଏଥିରେ ସେମାନଙ୍କୁ ସେଚ୍ଛାସେବୀ ଅନୁଷ୍ଠାନ ଓ କମିଶନ ଦଲାଲ ମାନେ ସହଯୋଗ କରୁଥିବାର ଶୁଣିବାକୁ ମଳୁଛି । ଜିଲ୍ଲା ପ୍ରଶାସନ ତରଫରୁ ନିଯୁକ୍ତି ମେଳାର ଆୟୋଜନ କଲେ ଯେତେ ସଂଖ୍ୟାରେ ସାମିଲ ହେଉଛନ୍ତି ତାହା ଅପେକ୍ଷା ବହୁ ସଂଖ୍ୟାରେ ଠକ ନିଯୁକ୍ତି ସଂସ୍ଥା ଗୁଡିକ ଦ୍ୱାରା କରାଯାଉଥିବା ନିଯୁକ୍ତି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ହେଉଥିବାର ପରିଲକ୍ଷିତ ହେଉଛି । ସ୍ଥାନୀୟ ସେଚ୍ଛାସେବୀ ଅନୁଷ୍ଠାନ ଓ କମିଶନ ଦଲାଲଙ୍କ ସହଯୋଗ ପାଉଥିବାରୁ ସେହି ନିଯୁକ୍ତି ସଂସ୍ଥା ଗୁଡିକ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ଏପରିକି ପୋଲିିସ ସେମାନଙ୍କୁ ସଂସ୍ଥାର କାଗଜପତ୍ର ଦେଖାଇବାକୁ କହିଲେ ଆକ୍ରମଣ କରିବାକୁ ପଛାଉନାହନ୍ତି ।ସେମାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେଲେ କମିଶନ ଦଲାଲ ମାନେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଜରିଆରେ ଯେଣତେଣ ପ୍ରକାରେ ରଫାଦଫା କରିବାକୁ ଉଦ୍ୟମ କରିବାରେ ପଛଘୁଞ୍ଚା ଦେଉନାହାନ୍ତି । ତାହାର ଜ୍ୱଳନ୍ତ ଉଦାହରଣ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଦର୍ଶ ଥାନାଞ୍ଚଳରେ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।

ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣିପେଣ୍ଠ ସ୍ଥିତ ଚକ୍ଷୁ ହସ୍ପିଟାଲ ନିକଟରେ ‘ହୋମ୍ ଅଫ୍ ଲାଇଫ୍‌’ ଅନୁଷ୍ଠାନ ପରିସରରେ ଅନୁଗୁଳ ଜିଲ୍ଲାର ‘କ୍ଲାଇମେଟ୍ ଡିଫେନ୍ସ କାଉନ୍ସିଲ’ ନାମକ ଏକ ସଂସ୍ଥା ତରଫରୁ ଆରୋଗ୍ୟ ମିତ୍ର ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥିଲା । ପ୍ରଶିକ୍ଷଣ ଶିବିର ଆଳରେ ନିଯୁକ୍ତି ପାଇଁ ଅର୍ଥ ଆଦାୟ କରାଯାଉଥିବା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ କୌଣସି ସୁତ୍ରରୁ ଖବର ମିଳିଥିଲା ।

ଏହି ଖବର ପାଇ ଏସଆଇ ପ୍ରିୟବ୍ରତ ସ୍ୱାଇଁ, ପ୍ରଫୁଲ କୁମାର ଜାଗରଙ୍ଗା ଓ ପୋଲିସ ଟିମ୍ ଶିବିର ସ୍ଥଳରେ ପହଞ୍ଚିଥିଲା ।ସେଠାରେ ପହଞ୍ଚିବା ପରେ ଉଭୟ ପୋଲିସ ଅଧିକାରୀ ସଂସ୍ଥାର ଆବଶ୍ୟକୀୟ କାଗଜ ପତ୍ର ଦେଖାଇବାକୁ କହିଥିଲେ । ସଂସ୍ଥା ଓ ଆୟୋଜକ ମାନେ କାଗଜ ପତ୍ର ଦେଖାଇ ପାରିନଥିଲେ ।ସେହି କାରଣରୁ ଉଭୟ ପୋଲିସ ଅଧିକାରୀ ଥାନାଧିକାରୀଙ୍କୁ ସଂସ୍ଥାର ସବିଶେଷ ତଥ୍ୟ ବିଷୟରେ ଜଣାଇବାକୁ କହିଥିଲେ । ସେହି ସମୟରେ ଦୀପକ କୁମାର କରାଡ ନାମକ ଜଣେ ଯୁବକ ଅତର୍କିତ ଭାବେ ଏସଆଇ ପ୍ରଫୁଲ୍ଲ କୁମାର ଜାଗରଙ୍ଗାଙ୍କୁ ମାଡ ମାରିବାସହ ତାଙ୍କ ୟୁନିଫର୍ମରେ ଲାଗିଥିବା ଷ୍ଟାର୍ ଗୁଡିକ ଛିଣ୍ଡାଇ ଦେଇଥିଲେ । ନିଯୁକ୍ତି ପାଇଁ ଆସିଥିବା ମୋଜେଶ ଜେନା ନାମକ ଅନ୍ୟ ଜଣେ ଯୁବକ ଦୀପକକୁ ସହଯୋଗ କରିଥିଲ । ଯାହାଫଳରେ କି ଏସଆଇ ଶ୍ରୀ ଡାଗରଙ୍ଗା ଆହତ ହୋଇଥିଲେ । ଏନେଇ ଏସଆଇ ଶ୍ରୀ ଜାଗରଙ୍ଗା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ।

ଉକ୍ତ ଅଭିଯୋଗକୁ ଭିତ୍ତିକରି ଥାନା କେସ୍ ନମ୍ବର-୫/୨୫ ଭାରତୀୟ ନ୍ୟାୟ ସଂହିତାର ୧୨୬(୨),୨୯୬,୧୨୧, ୨୨୧,୧୦୯,୧୩୨,୩୫୧(୨), ୩୧୮(୪),୩୧୯(୨), ୩୨୪(୪), ୩୫୨ ଓ ୩(୫) ଧାରା ଏବଂ ରିଡ୍ ୱିଥ ସେକ୍ସନ ୩(୧)(ଆର୍‌), ୩(୨)(ଭିଏ) ପ୍ରିଭେନ୍ସସନ୍ ଅଫ ଆଟ୍ରୋସିଟି ଏକ୍ଟ ରେ ମାମଲା ଗୁଜୁ କରାଯିବା ସହ ଦୀପକ କୁମାର କରାଡ ଓ ମୋଜେଶ ଜେନାଙ୍କୁ ଗିରଫ କରିଛି । ଏହି ମାମଲାର ତଦନ୍ତ ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି କରୁଛନ୍ତି । ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବେ ସୁହାନା ଟ୍ରଷ୍ଟ ଓ ସୁଇମ୍ କମ୍ପାନୀ ନାମକ ଏକ ସଂସ୍ଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନର ସଭା ଗୃହରେ ଏଭଳି କାର୍ଯ୍ୟକ୍ରମ କରୁଥିବା ବେଳେ ପୋଲିସ ଚଢାଇ କରି ୩ଜଣଙ୍କୁ ଗିରଫ କରିଥିଲା ।