ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଖରିଫ ଋତୁରେ ଧାନ କ୍ରୟ ବିକ୍ରୟ ଉପରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଅଛି। ବରଗଡ-୧୩,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ଝରାପାଲି ମାର୍କେଟ କାର୍ଯ୍ୟାଳୟ ପରିସରରେ ସମିତି ସ୍ତରୀୟ ଖରିଫ ଋତୁରେ ଧାନ ସଂଗ୍ରହ କମିଟି (solpc) ର ସଭାପତି ଶ୍ରୀ ସୁବ୍ରତ କୁମାର ଚାନ୍ଦ କଂ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସମିତି ସ୍ତରୀୟ କମିଟି ର ସମସ୍ତ ରାଜସ୍ବ ନିରୀକ୍ଷକ, ସମସ୍ତ ପଂଚାୟତ ଏଗଯୁକୁଟିଭ ଅଫିସର, ଭିଏବ୍ଲ୍ଯୁ ଓ ସମସ୍ତ ଚାଷୀ ପ୍ରତିନିଧି ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଚଳିତ ଖରିଫ ଋତୁରେ ପଂଜିକୃତ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାଯାଇ କିପରି ସୁରୁଖୁରୁରେ ଭାବରେ ଧାନ ସଂଗ୍ରହ ପ୍ରକ୍ରିୟା ହେବ ଓ ସମସ୍ତ ଚାଷୀ ମାନେ ଧାନ ର ଉଚିତ ମୂଲ୍ୟ ସୁବିଧାରେ ପାଇପାରିବେ, ସେଥିପ୍ରତି ଯତ୍ନବାନ ଓ ସମ୍ବୋଧନଶିଳ ହେବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି। ପରିଶେଷରେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଂପାଦକ ଶ୍ରୀ ସୁବାସ ଚନ୍ଦ୍ର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
Related Posts
ବିଜୟ କୁମାର ଦାଶ ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ..
ବିଜୟ କୁମାର ଦାଶ ନୂତନ ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦାନ.. ଗଜପତି -: (୧୨/୮/୨୦୨୪,ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ,…
ଟ୍ରକ ଚକ୍କା ତଳେ ମହିଳାଙ୍କ ଜୀବନ ଗଲା।
ଟ୍ରକ ଚକ୍କା ତଳେ ମହିଳାଙ୍କ ଜୀବନ ଗଲା। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ପୋକଡିବନ୍ଧ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗଜପତି ଜିଲ୍ଲାରୁ ଗୋପାଳପୁର…
ଭରତପୁର ଠାରେ ମହାନଗର ନିଗମ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ …
ଭରତପୁର ଠାରେ ମହାନଗର ନିଗମ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ … ଭରତପୁର :- (ରିପୋର୍ଟ କୁନା ଦିଗାଲ) ଭୁବନେଶ୍ୱର ମହାନଗର ନିଗମ ତରଫରୁ ୱାର୍ଡ଼ନଂ…