ସଂକ୍ରାନ୍ତିରେ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଦୈନିକ ବଜାରରେ ପରିବା ବିକ୍ରି ବନ୍ଦ ,ଆମିଷ ଦୋକାନ ଖୋଲା ନେଇ ଚାଲିଛି ସଙ୍ଘର୍ଷ ସହରରେ ଆଗାମୀ ଦିନରେ ହେବାକୁ ଥିବା ବିଶୃଙ୍ଖଳା ପ୍ରଶାସନ ସମ୍ଭାଳିବେ ତ……..ଗଜପତି,୧୫.୩(ମନୋଜ ପାଢ଼ୀ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୈରାଞ୍ଚଳ ଅଧିନସ୍ଥ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଦୈନିକ ପରିବା ବଜାରରେ ବର୍ଷରେ ଏଗାର ସଂକ୍ରାନ୍ତି ପରିବା ବିକ୍ରି ସଂପୂର୍ଣ୍ଣ ବନ୍ଦ କେବଳ ମକର ସଂକ୍ରାନ୍ତି ଦିନରେ ହିଁ ଖୋଲା ଏହା କୁ ନେଇ ବଡ଼ ସଙ୍ଘର୍ଷ ଆରମ୍ଭ ହୋଇଯାଇଛି ପାରଳାଖେମୁଣ୍ଡି ସହରରେ। ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କୁ ନେଇ ବଡ଼ ପ୍ରଶ୍ନ ଉଠିଛି, ପାରଳାଖେମୁଣ୍ଡି ମଧ୍ୟବିତ୍ତ ଶ୍ରେଣୀର ପରିବା ବିକ୍ରି କରୁଥିବା କିଛି ହାତଗଣତି ବ୍ୟବସାୟୀମାନେ ସେମାନଙ୍କର ମୋନମୁଖୀ କାର୍ଯ୍ୟ କ୍ରମ ସହିତ ନିଜର ସ୍ବାର୍ଥ କୁ ନେଇ କରୁଥିବା କାର୍ଯ୍ୟ ଯାହା କି ଜାତିଗତ ପର୍ବପର୍ବାଣୀ କୁ ନେଇ ଏଠି ମନାନ୍ତର ମତାନ୍ତର ଆଜି ଦେଖିବାକୁ ମିଳିଥିଲା, ଯାହା କି ଗତ ଜୁଲାଇ ମାସ ଠାରୁ ଆରମ୍ଭ କରିଥିଲେ ଦୈନିକ ପରିବା ବଜାର ବନ୍ଦ କରିବା।ପାରଳାଖେମୁଣ୍ଡି ସହରରେ ସଂପୂର୍ଣ୍ଣ ରୂପେ ପରିବା ବିକ୍ରି ବନ୍ଦ କରିବା ଦ୍ୱାରା ଗୋରୀବ ଚାଷୀ ମାନେ ଆଜି ରାଜାନହର ନିକଟରେ ରାସ୍ତା କଡ଼ରେ ପରିବା ବିକ୍ରି କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ କରିବା ଦେଖିବାକୁ ମିଳିଥିଲା।ଆଉ କିଛି ଦିନ ପୂର୍ବରୁ ଯାହା ଦେଖିବାକୁ ମିଳିଥିଲା ରାମଶାଗର ଛକ ଠାରୁ ରାଣିପେଣ୍ଠ ଛକ ମଧ୍ୟରେ ପରିବା ସଂପୂର୍ଣ୍ଣ ରୂପେ ବନ୍ଦ କରୁଛନ୍ତି। ଅପରପକ୍ଷରେ ସହରରେ ମାଛ, ମାଂସ, କୁକୁଡ଼ା ମାଂସ ତଥା ଆମିଷ ଜିନିଷ ଖୋଲା ରହୁଛି, କେବଳ ପରିବା ହିଁ ବିକ୍ରୀ ବନ୍ଦ।ଏହି ଅବସରରେ ପାରଳାଖେମୁଣ୍ଡି କିଛି ସୁଚିନ୍ତିତ ତଥା ରାଜନୀତି କୁ ଉର୍ଦ୍ଧ୍ବରେ ରହି ଓଡ଼ିଆ ସଂପ୍ରଦାୟକ ବୁଦ୍ଧିଜୀବିମାନେ ଅଗଷ୍ଟ ମାସରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତି ଙ୍କ ସହିତ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ ଦେଇଥିଲେ ସେଥିରେ ଉଲ୍ଲେଖ କରିଥିଲେ ଯେ ପାରଳାଖେମୁଣ୍ଡି ସହରରେ ସାହି ସାହିରେ ହନୁମାନ ମନ୍ଦିର ରେ ଭକ୍ତ ଙ୍କ ନିମନ୍ତେ ଅନ୍ନପ୍ରସାଦ ଆୟୋଜନ କରାଯାଉଛି।
ଏହା ସନାତନୀ ଧର୍ମର ଲୋକମାନଙ୍କ ଠାକୁର ପୂଜା ଅର୍ଚ୍ଚନା କରିଥାନ୍ତି ଖାସ୍ କରି ସେ ଦିନ ହିଁ ପାରଳାଖେମୁଣ୍ଡି ସହରରେ ଦୈନିକ ବଜାର ଓ ଛକ ଛକରେ ପରିବା ବିକ୍ରି ବନ୍ଦ ଏବଂ ମାଛ, ମାଂସ, କୁକୁଡ଼ା ମାଂସ, ଦୋକାନ ଖୋଲିବା, ଏହା କେତେ ଦୂର ଯୁକ୍ତ ଯୁକ୍ତ ଏହି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଥାନା ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ ସୁଭେତ୍ସୁକ ମାନେ। ଅଗଷ୍ଟ ମାସରେ ଅଭିଯୋଗ ସତ୍ବେ ସଂକ୍ରାନ୍ତି ପରିବା ବିକ୍ରି ବନ୍ଦ କରିବା ବଳବତ୍ତର ରହିଥିଲା।ବର୍ତ୍ତମାନ ରାମ ଶାଗର ଛକ ଠାରୁ ଆରମ୍ଭ କରି ରାଣିପେଣ୍ଠ ଛକ ପର୍ଯ୍ୟନ୍ତ ଜୋରଜବରଦସ୍ତ ବନ୍ଦ କରିବା ଦ୍ଵାରା ସାଧାରଣ ରେ ଜନଅସନ୍ତୋଷ ବୃଦ୍ଧି ପାଇଛି। ହେଲେ ଜାନୁଆରୀ ୧୪ତାରିଖରେ ତେଲୁଗୁ ଭାଷା ଭାଷୀ ଲୋକ ଙ୍କ ବଡ଼ ପର୍ବ ପାଣ୍ଡୁକୁ ଅରଫ ମକର ସଂକ୍ରାନ୍ତି ଦିନ ପରିବା ବଜାର ବିକ୍ରି ଖୋଲା, ମକର ସଂକ୍ରାନ୍ତି ରେ ପରିବା ବଜାର ବନ୍ଦ କରାଯାଇନଥିଲା। ଏଠାରେ ଓଡ଼ିଆ ପର୍ବ ପର୍ବାଣୀ ଦିନ ରେ ପରିବା ବିକ୍ରି ବନ୍ଦ ଓ ତେଲୁଗୁ ଭାଷା ଭାଷୀ ପର୍ବ ପର୍ବାଣୀ ଦିନ ରେ ସଂକ୍ରାନ୍ତି ପରିବା ଖଲା ଏନେଇ ଏକ ପ୍ରକାର ଅସାନ୍ତ ବାତାବରଣ ସୃଷ୍ଟି ହୋଇ ଥିବା ସୁଣିବାକୁ ମିଳିଛି।
ଏହି ଅବସରରେ ପୂର୍ବରୁ ପ୍ରଶାସନୀକ ଅବଗତ କରାଇଥିଲେ, ପୁଲିସ ଅଧିକାରୀ ଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ସହରବାସୀ, ଏହି ବିଷୟରେ ପୁଲିସ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁନଥିବା ଦେଖିବାକୁ ମିଳିଥିବା ବିଷୟରେ ସହର ବାସିନ୍ଦାଙ୍କ ଚର୍ଚ୍ଚାର ବିଷୟ ପାଲଟିଛି, ଆସନ୍ତା ଦିନରେ ହନୁମାନ ଜୟନ୍ତୀ,ମେରୁ ସଂକ୍ରାନ୍ତି ଦିନ ଓଡ଼ିଆ ସଂପ୍ରଦାୟକ ମାନଙ୍କ ବଡ଼ ଗଣପର୍ବ ଓଡ଼ିଆ ନବବର୍ଷ, ସେ ଦିନ ଏମିତି ପରିବା ବଜାର ବନ୍ଦ କଲେ ସହରରେ କଣ ହେବ? ସମୟ ହିଁ କହିବ? ପୂର୍ବରୁ ଏପରି ଘଟଣା ସହରରେ ବହୁତ ଘଟି ଆସିଛି, ସେ ଭଳିଆ ପରିସ୍ଥିତି ଭବିଷ୍ୟତ ରେ ସେଭଳିଆ ନହେଉ, ଏପରି ବିଷୟରେ ସହର ର ପୂର୍ବ ଈତିହାସ କୁ ଲେଉଟାଇ ଦେଖିବାକୁ ପଡ଼ିବ ପ୍ରଶାସନ ।
ଏହି ବିଷୟରେ ବଜାର ପରିବା ବ୍ୟବସାୟୀ ଏବଂ ବୁଦ୍ଧିଜୀବୀ ସହର ବାସିନ୍ଦା ଙ୍କ ସହମତି ରେ ମିମ଼ାଂସା କରିବା କୁ ପଡିବବେଳ ଥାଉ ଥାଉ ପ୍ରଶାସନୀକ ଅଧିକାରୀ ମାନେ ଠିକ୍ ସମୟରେ ଠିକ୍ ପଦକ୍ଷେପ ଗ୍ରହଣ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ବିଭିନ୍ନ ସ୍ଥାନରେ ଆଲୋଚନା ହେଉଥିବା ଦେଖିବାକୁ ।
