ଷୋଡ଼ଶ ତମ ବନ ଜ୍ୟୋତ୍ସ୍ନା ପୁସ୍ତକ ଉତ୍ସବ ଓ ସାଂସ୍କୃତିକ ମେଳା ଉଦଘାଟିତ

ଷୋଡ଼ଶ ତମ ବନ ଜ୍ୟୋତ୍ସ୍ନା ପୁସ୍ତକ ଉତ୍ସବ ଓ ସାଂସ୍କୃତିକ ମେଳା ଉଦଘାଟିତ

ଷୋଡ଼ଶ ତମ ବନ ଜ୍ୟୋତ୍ସ୍ନା ପୁସ୍ତକ ଉତ୍ସବ ଓ ସାଂସ୍କୃତିକ ମେଳା ଉଦଘାଟିତ…

କନ୍ଧମାଳ -୨୪/୦୨(ରିପୋର୍ଟ କୁନା ଦିଗାଲ )ସୋମବାର ସନ୍ଧ୍ୟାରେ ଫୁଲବାଣୀ ସ୍ଥିତ ହାଇସ୍କୁଲ ପଡିଆ ରେ ଜିଲ୍ଳାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନ ଜ୍ୟୋତ୍ସ୍ନା ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଷୋଡ଼ଶ ତମ ପୁସ୍ତକ ଉତ୍ସବ ଓ ସାଂସ୍କୃତିକ ମେଳା ଉଦଘାଟିତ ହୋଇଛି l କନ୍ଧ ମାଳ ଜିଲ୍ଲା ପାଳ ବେଦ ଭୂଷଣ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଏହି ଅବସରରେ ଓଡିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର ସହ ପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ ବନ ଜ୍ୟୋତ୍ସ୍ନା ସାହିତ୍ୟ ଅନୁଷ୍ଠାନ ପ୍ରୟାସ ଜାରୀ ରଖିଥିବାରୁ ଆୟୋଜକ ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ lଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢ଼ୀ, ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ଓ ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ ଅରୂପ ଜେନା ଯୋଗ ଦେଇ ଅଧିକ ପାଠକ ସୃଷ୍ଟି କରିବା ରେ ଏହିବନ ଜ୍ୟୋତ୍ସ୍ନା ସାହିତ୍ୟ ସଂସଦ ପକ୍ଷରୁ ଦୀର୍ଘ ଷୋହଳବର୍ଷ ଧରି ଆୟୋଜିତ ପୁସ୍ତକ ଉତ୍ସବ ଗୁରୁତ୍ବ ପୂର୍ଣ୍ଣ ଭୂମିକl ଗ୍ରହଣ କରିଥିବା କହିଥିଲେ lସମ୍ପାଦକ କାହୁଁ ଚରଣ ଶତପଥୀ ସ୍ବାଗତ ଭାଷଣ ଦେଇ ଥିବା ବେଳେ ସଭାପତି ପ୍ରଶାନ୍ତ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ l

ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ର କୃତୀ ପ୍ରତିଯୋଗୀ ଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ l ମୁଷ୍କlନ୍ ସୁଆର, ରୁପମ୍ବିକା ତ୍ରିପାଠୀ, ପ୍ରଣତୀ ତ୍ରିପାଠୀ, ଶୁଭ୍ରା ପଟନାୟକ, ବିରl ଜିନୀ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ସହଯୋଗ କରିଥିଲେ l