ଶ୍ରୀ ମିନାଝୋଲା ତ୍ରିବେଣୀ ସାଙ୍ଗମ ଶୈବପୀଠ ମୀନାଝୋଲାରେବୁଡ଼ ପକାଇଲେଲକ୍ଷଧିକ ଜାଗରଯାତ୍ରୀ

ଶ୍ରୀ ମିନାଝୋଲା ତ୍ରିବେଣୀ ସାଙ୍ଗମ ଶୈବପୀଠ ମୀନାଝୋଲାରେବୁଡ଼ ପକାଇଲେଲକ୍ଷଧିକ ଜାଗରଯାତ୍ରୀ

ଶ୍ରୀ ମିନାଝୋଲା ତ୍ରିବେଣୀ ସାଙ୍ଗମ ଶୈବପୀଠ ମୀନାଝୋଲାରେବୁଡ଼ ପକାଇଲେଲକ୍ଷଧିକ ଜାଗରଯାତ୍ରୀ

ରାୟଗଡ :(info media): ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତର ପ୍ରସିଦ୍ଧ ଶୈବପୀଠ ଶ୍ରୀ ମୀନାଝୋଲା ଜାଗରଯାତ୍ରା ପାଇଁ ଚଳଚଞ୍ଚଳ । ଚାଉଳଧୁଆ, ଫଳଫଳିଆଓ ବଂଶଧାରା ନଦୀର ସଂଗମସ୍ଥଳରେ ଶ୍ରୀ ମୀନାଝୋଲା ଶୈବପୀଠ ଅବସ୍ଥିତ। ପାହାଡ଼ ଏବଂ ଘଞ୍ଚ ବନାନୀ ଘେରା ଶ୍ରୀ ମୀନାଝୋଲା ଶୈବପୀଠରେ ‘ମୀନ’ ରୂପରେ ପୂଜା ପାଉଛନ୍ତି ମହାଦେବା ବଂଶଧାରା ନଦୀଶଯ୍ୟାରଜଳସ୍ରୋତରେ ଥିବା ପଥରଖୋଲ ମଧ୍ୟରେ ବିରାଜିତ ପ୍ରଭୁ ଶ୍ରୀ ମୀନକେତନେଶ୍ଵରା ପ୍ରତିବର୍ଷ ଶିବରାତ୍ରିରେ ଏଠାରେ ଜାଗର ଉତ୍ସବ ମହାସମାରୋହରେ ପାଳିତ ହୁଏ | ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷକରି ପଡୋଶୀ ଆନ୍ଧ୍ରପ୍ରଦେଶରୁ ହଜାର ହଜାର ଭକ୍ତ ଦର୍ଶନ କରିବାକୁ ଆସିଥାନ୍ତି । ମୁଣ୍ଡନ କଲେ ପିଲାଙ୍କ ମସ୍ତିଷ୍କ ଦୃଢ଼ ରହେ ଏବଂ ନିରୋଗ ରହେ । ନିଃସନ୍ତାନ ଦମ୍ପତି ଏହି କୁଣ୍ଡରେ ସ୍ନାନ କରିବା ସହ କୁଣ୍ଡରୁ ପ୍ରାପ୍ତ ପ୍ରଭୁଙ୍କ ପ୍ରସାଦ କଦଳୀ ସେବନ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି | ଅଜିରେ ମହାଶିବାତ୍ରୀ ରେ ଲକ୍ଷଧିକ ଭକ୍ତ ଙ୍କୁ ସାମଗମ ହୋଇଥିବା ର ଦେଖିବାକୁ ମିଳିଥିଲା l ଭକ୍ତ ଙ୍କୁ ନିମନ୍ତେ ଗୁଡାରି ଗଜଲକ୍ଷ୍ମୀ ପୂଜା କମିଟି ଓ ମୀନକେତନ ସଙ୍ଘ ପକ୍ଷରୁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା l

ରବିବାର ଭୋର ଭରୁ ଶ୍ରଦ୍ଧାଳୁ ମାନେ ତ୍ରିବେଣୀ ସାଙ୍ଗମ ରେ ବୁଡ଼ ପକାଇ ମୀନକେତନଶ୍ୱର ଙ୍କୁ ଦର୍ଶନ କରିଥିଲେ l ଚନ୍ଦ୍ରପୁର ବିଡିଓ, ତହସିଲଦାର, ବିଷମକଟକ ଏସ୍‌ଡିପିଓ, ଗୁଡାରୀ, ଚନ୍ଦ୍ରପୁର ଥାନା ଆଇଆଇସିଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଭିଡ଼କୁ ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ଗାଡ଼ି ପାର୍କି ବ୍ୟବସ୍ଥା କରାଯାଇଥିଲା। ପୁଲିସ୍ ପ୍ରଶାସନ ତରଫରୁ ଫୋର୍ସ ସହ ଅଗ୍ନିଶମ ବିଭାଗ କର୍ମଚାରୀ ମୁତୟନ ହୋଇଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ