ଶ୍ରୀ ଭେଙ୍କଟେଶ୍ବର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଗଜପତି,୩.୨(ମନୋଜ ପାଢ଼ୀ)ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କଟେଶ୍ବର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୋଷାଣି ଗୋଷ୍ଠୀ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷା ଅଧିକାରୀ କେ. ଶୋମେଶ ରାଓ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ପ୍ରସାଦ କୁମାର ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସବିତା ବାରିକ, ସମ୍ମାନିତ ଅତିଥିଭାବେ ଗାରାବନ୍ଧ ସରପଞ୍ଚ ପି.ଅଶୋକ କୁମାର, ଦେଉଳା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପାଣି, ରମ୍ପା ସିଆରସିସି ତାରକେଶ୍ବର ଜେନା, ଲିଙ୍ଗିପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଡି. ୟାଦବ ରାଓ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥି ମାନେ ବିଦ୍ୟାଳୟର ଅତୀତ ଓ ବର୍ତ୍ତମାନ ବ୍ୟବସ୍ଥା, ଶିକ୍ଷାଦାନର ବିକାଶ, କ୍ରୀଡା କ୍ଷେତ୍ରରେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଭାଗନେଇ ବ୍ଲକ ତଥା ଜିଲ୍ଲାକୁ ଗୌରାବନ୍ବିତ କରିବା, ବିଭିନ୍ନ ପରୀକ୍ଷାରେ ବିଭିନ୍ନ ସମୟରେ ସଫଳତା ଆଦି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହା ସହ ଆଗାମୀ ଦିନରେ ଏହି ବିଦ୍ୟାଳୟର ଉନ୍ନତି ସହ ଶିକ୍ଷା ଓ କ୍ରୀଡାର ବିକାଶ ପାଇଁ ଅନେକ ପଦକ୍ଷେପ ନେବାର ଅଛି ବୋଲି କହିଥିଲେ । ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ଗଙ୍ଗାଧରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ପରିଚୟ ମାଉଡି ଇନ୍ଦ୍ରସେନ ପ୍ରଦାନ କରିଥିଲେ । ଏଥି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଶେଷରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ ନାଚ ପରିବେଶଣ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
