ଶ୍ରୀ ଦଧିବାମନ ଟ୍ରଷ୍ଟ ପକ୍ଷରୁ ହୋଲି ପର୍ବ ପାଳିତ
ରାୟଗଡ(info media): ରାୟଗଡ଼ କସ୍ତୁରୀ ନଗରସ୍ଥିତ ଶ୍ରୀ ଦଧିବାମନ ଟ୍ରଷ୍ଟ ପକ୍ଷରୁ ବୁଧବାର ଦିନ ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ସକାଳ ଆଠ ଘଟିକା ସମୟରେ ରାଧାକୃଷ୍ଣଙ୍କୁ ବିମାନରେ ବିରାଜମାନ ହୋଇଥିଲେ | ପୂଜା ଅର୍ଚ୍ଚନା ପରେ କସ୍ତୁରୀ ନଗରସ୍ଥିତ ଦଧିବାମନ ମନ୍ଦିରରୁ ଦୋଳ ବୀମାନରେ ପ୍ରଭୁ ସହର ପରିକ୍ରମା କରି ଭକ୍ତଙ୍କ ଦ୍ୱାରା ପୂଜା ଅର୍ଚ୍ଚନା ପ୍ରାପ୍ତ କରିଥିଲେ | ଗ୍ରାମ ପରିକ୍ରମା ସମୟରେ ଶ୍ରୀ ଦଧିବାମନ ଶକ୍ତି ବାହିନୀ, ଟ୍ରଷ୍ଟର ଉପ ସଭାପତି ଡ: ଆନନ୍ଦ କୁମାର ପାଢ଼ୀ, ସଭାପତି ତଥା ଓକିଲ ଜଗଦୀଶ ଚନ୍ଦ୍ର ପଣ୍ଡା, ଟ୍ରଷ୍ଟ ର ସଦସ୍ୟ ବୃନ୍ଦ, ଭାଗବତ ଟୁଙ୍ଗୀ ର ସଦସ୍ୟ ତଥା ଭକ୍ତ ବୃନ୍ଦ ଭଜନ କୀର୍ତ୍ତନ କରି ଅଞ୍ଚଳ ପରିକ୍ରମା କରିଥିଲେ | ପାପ ଉପରେ ପୁଣ୍ୟର, ମିଥ୍ୟା ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଓ ଭକ୍ତିର ବିଜୟ ତଥା ରାଧାକୃଷ୍ଣଙ୍କ ଶାଶ୍ଵତ ପ୍ରେମର ନିର୍ଦ୍ଦଶନ ସ୍ଵରୂପ ଏହି ପର୍ବ ପ୍ରତି ବର୍ଷ ପାଳନ କରାଯାଉଥିବା ସଭାପତି ଶ୍ରୀ ପଣ୍ଡା କହିଛନ୍ତି | ଅବିର ସ୍ନେହ, ପ୍ରେମ ଓ ଭାତୃଭାବ ସହ ଏକ ଭକ୍ତିମୟ ସୃଷ୍ଟି କରିଥାଏ ବୋଲି ଟ୍ରଷ୍ଟର ସମ୍ପାଦକ ଅଶୋକ ପାଢି କହିଛନ୍ତି | ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସତ ଚିନ୍ତନ, ସତ୍କର୍ମ ଓ ସେବା ମନୋବୃତ୍ତି ସହ ନିଜ ଆତ୍ମାକୁ ପରମାତ୍ମାଙ୍କ ନିକଟରେ ସମର୍ପଣ କରିବା ନିମନ୍ତେ ଡ: ଆନନ୍ଦ ପାଢୀ ପ୍ରକାଶ କରିଛନ୍ତି |ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
