ଶ୍ରୀ ଚୈତନ୍ୟ ଟେକ୍ନୋ ସ୍କୁଲ ର ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୂଡ ଫେଷ୍ଟିଭାଲ ପାଳିତ
ରାୟଗଡ଼(ଅମୁଲ୍ୟ ନିଶଙ୍କ )- ସ୍ଥାନୀୟ ଶ୍ରୀଚୈତନ୍ୟ ଟେକ୍ନୋ ସ୍କୁଲ ର ପ୍ରଥମ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମଟି ପ୍ରିନ୍ସପାଲ ଶ୍ରୀମତୀ ନନ୍ଦିତା ବେନାର୍ଜୀ ଙ୍କ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ଡ଼ ବି ଏଲନ୍ ପୃଷ୍ଟି, ଚୈତନ୍ୟ ଟେକ୍ନୋ ସ୍କୁଲ ରାୟଗଡ଼ା ଆର ଆଇ ଭାନୁଚନ୍ଦ୍ର, ଜୋନାଲ ଡିନ୍ ସୁରଜ୍ ବାଗ ଓ ପ୍ରାଇମେରି ଇନ୍ ଚାର୍ଜ ପବନ କୁମାର ଯୋଗଦାନ କରିଥିଲେ । ପ୍ରଥମେ ମୂଖ୍ୟ ଅତିଥି ଙ୍କ ହାତରେ ପାରା ଉଡାଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ମୂଖ୍ୟ ଅତିଥି ଶ୍ରୀ ବି ଏଲନ୍ ପୃଷ୍ଟି ସାର ପିଲାଙ୍କୁ ନିଜର ପାଠ ପଢ଼ା, ଆଗାମୀ ଦିନରେ ନିଜର ଭବିଷ୍ୟତ ପାଇଁ ଗୂରୁଜନ ମାନେ ଦେଖାଇଥିବା ମାର୍ଗ ରେ ଯିବାପାଇଁ ପରାମର୍ଶ ଦେଇଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପରେ ଫୂଡ୍ ଫେଷ୍ଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସମସ୍ତ ଅବିଭାବକମାନେ ନିଜ ନିଜ ହାତ ବନେଇ ଥିବା ଫ୍ଲେମଲେସ ରନ୍ଧା ଖାଦ୍ୟ ଆଣି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଅତିଥି ସମସ୍ତ ଅବିଭାବକମାନ ଙ୍କ ଖାଦ୍ୟ ବୁଲି ଦେଖିଥିଲେ । ପରେ ଦମ୍ପତି ଙ୍କ ଫ୍ୟାସନ ଶୋ କାର୍ଯ୍ୟକ୍ରମ ହୋଇଥିଲା।
ସମସ୍ତ ଅବିଭାବକମାନେ ଅତି ସୁନ୍ଦର ଭାବରେ ଫ୍ୟାସନ ଶୋ ରେ ଭାଗ ନେଇ ଅତି ଖୁସି ହୋଇଥିଲେ । ପରେ ସ୍କୁଲ ଆୟୋଜନ କରିଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ ସହ ମେଡାଲ ପ୍ରଦାନ କରାଯାଇଥିଲା । ସମସ୍ତ ଅବିଭାବକମାନେ ଅତି ଖୁସି ହେବା ସହ ସ୍କୁଲ କତୃପକ୍ଷ କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ କାର୍ଯ୍ୟକ୍ରମ ରେ ଶେଷ କରିବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରିବା ପରେ ଏହି କାର୍ଯ୍ୟକ୍ରମ ସହଯୋଗ କରିଥିବା ସମସ୍ତ। ଟିଚିଙ୍ଗ ଓ ନନ୍ ଟିଚିଙ୍ଗ ଷ୍ଟାଫ୍ ଙ୍କୁ ଧନ୍ୟବାଦ ଜଣାଇବା ସହ ସଭା ସାଙ୍ଗ କରିଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
