ଶ୍ରୀରାମ ଡିଗ୍ରୀ କଲେଜ ରେ ତିନିଦିନ ଧରି ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ଶ୍ରୀରାମ ଡିଗ୍ରୀ କଲେଜ ରେ ତିନିଦିନ ଧରି ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ଶ୍ରୀରାମ ଡିଗ୍ରୀ କଲେଜ ରେ ତିନିଦିନ ଧରି ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।

ଗଜପତି -(ମନୋଜ ପାଢ଼ୀ)ଗଜପତି ଜିଲ୍ଲା କାଶୀନଗର ବ୍ଲକର ଶ୍ରୀରାମ ଡିଗ୍ରୀ କଲେଜ ଠାରେ ଜାତୀୟ ସେବା ଯୋଜନା ଦ୍ଵାରା ଆୟୋଜିତ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ପ୍ରଶିକ୍ଷଣ ଶିଶିର ଆୟୋଜିତ ହୋଇଯାଇଛି ,ଏହି ପ୍ରଶିକ୍ଷଣ ଶିବିର ତିନିଦିନ ଧରି ଚାଲିଥିଲା ,ଆଜି ଶେଷ ଦିନ ବା ଉଜ୍ଜାପନି ଦିବସ, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ଇଂ ରୁପେସ ପାଣିଗ୍ରାହୀ ଯୋଗଦେଇଥିଲେ, ସମ୍ମାନୀତ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ଗବାର ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ପୂର୍ଣ୍ଣ ମହାପାତ୍ର, ପ୍ରିନ୍ସପାଲ ଡ଼ଃ ପ୍ରଶାନ୍ତ ବନପଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ, ଏହି କାର୍ଯ୍ୟକ୍ରମ କୁ ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ସର୍ମିତା ଭୁକ୍ତା, , ବିଧାୟକ ତାଙ୍କ ଅଭିଭାଷଣ ରେ କହିଛନ୍ତି କି ଏହି ଡିଗ୍ରୀ କଲେଜ ର ଉନ୍ନତି ପାଇଁ ଯାହାବି ସହାୟତା ରାଶି ଆବଶ୍ୟକ ରହିଛି ସେ ସବୁ ପାଇଁ ବିଧାୟକ ପାଣ୍ଠି ରୁ ଦେବେବୋଲି ପ୍ରତିଶ୍ରୁତି ଦେଇଛନ୍ତି, ସେଇଭଳି ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ଏହି ଡିଗ୍ରୀ କଲେଜ ର ଉନ୍ନତି ପାଇଁ ନିଶ୍ଚିତ ସୋହଯୋଗ କରିବେ ବୋଲି କୋହିଛନ୍ତି।