ଶ୍ରୀଯୁକ୍ତ ହୋତା ମହୋଦୟଙ୍କ ଉଦାରତା

କୃତଜ୍ଞତାର ଅଭିବ୍ୟକ୍ତି

କୃତଜ୍ଞତାର ଅଭିବ୍ୟକ୍ତି

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ଆଜି ୨୫ ନଭେମ୍ବର ୨୦୨୫, ବରପାଲି ଫାର୍ମାସିଷ୍ଟ କଲେଜର ପରିଚାଳନା ନିର୍ଦ୍ଦେଶକ ସମ୍ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ହୋତା ମହୋଦୟ ନିଜ ବ୍ୟସ୍ତ ତାଲିକାରୁ ମୂଲ୍ୟବାନ ସମୟ କାଢି ଅଭିଜିତ ଫାଉଣ୍ଡେସନ ପରିଚାଳିତ ଆଶ୍ରା ବୃଦ୍ଧାଶ୍ରମ, ୧୦ ମାଇଲ, ନଅଗାଁ କୁ ପହଞ୍ଚିଥିବାରୁ ଆମେ ନିଜକୁ ଗଭୀର ଆନନ୍ଦ ଓ ଗୌରବବୋଧ ମନେ କରୁଛୁଁ। ଏହି ଅବସରରେ ସେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ କିଛି ମୂଲ୍ଯବାନ ସମୟ ବିତାଇ ଥିବାରୁ, ଆମ ପାଇଁ ସଦା ଅଭୁଳା ସ୍ମୃତି ହୋଇ ରହିବ। ସେମାନଙ୍କ ପରିଦର୍ଶନ ରେ ଯେଉଁ ଖୁସିର ଆଲୋକ ଭରିଦେଇଗଲେ, ତାହାର ମୂଲ୍ୟ କୌଣସି ଶବ୍ଦରେ ମାପିବା ଅସମ୍ଭବ।ଏହା ସହିତ ଅଫିସ ପାଇଁ ସ୍ନେହଭରା ଉପହାର ଏବଂ ବୃଦ୍ଧାଶ୍ରମର ପରିଚାଳନା ପାଇଁ ଆର୍ଥିକ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ, ତା ନୁହେଁ ବରଂ ମାନବିକତା ଓ ସେବାବୃତ୍ତିର ଏକ ଉଜ୍ଜ୍ଵଳ ଉଦାହରଣ ରଖିଗଲେ। ଶ୍ରୀଯୁକ୍ତ ହୋତା ମହୋଦୟଙ୍କ ଉଦାରତା, ସ୍ନେହ, ମାନବିକତା ଏବଂ ଉଚ୍ଚମାନର ମନୋଭାବ ପାଇଁ “ଆଶ୍ରା ବୃଦ୍ଧାଶ୍ରମ” ପରିବାର ର ପରିଚାଳନା ସଦସ୍ଯ /ସଦସ୍ୟା ତରଫରୁ କୃତଜ୍ଞତା ସହିତ ଅନେକ ଅନେକ ଶୁଭେଚ୍ଛା ଅଭିନନ୍ଦନ।ଏହି ସମୟରେ ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ଶ୍ରୀଯୁକ୍ତ ରମେଶ ମହାପାତ୍ର ଓ ସଂକଳ୍ପ ପରିବାର ମୁଖ୍ୟ ଶ୍ରୀଯୁକ୍ତ ବିକାଶ ଅଗ୍ରୱାଲ ଓ ସାଥୀ ମାନେ ଆସି ଅନ୍ତେବାସୀ ସହ କିଛି ସମୟ ବିତାଇ ଆଲୋଚନା କରିଥିଲେ । “ଆଶ୍ରା “ବୃଦ୍ଧାଶ୍ରମ ଅଭିଜିତ ଫାଉଣ୍ଡେସନ,୧୦ ମାଇଲ ନଅଗାଁ।