ଶିଳ୍ପ ସମୃଦ୍ଧ ହେବ ଗଜପତି ଜିଲ୍ଲା ।

ଶିଳ୍ପ ସମୃଦ୍ଧ ହେବ ଗଜପତି ଜିଲ୍ଲା ।

ଶିଳ୍ପ ସମୃଦ୍ଧ ହେବ ଗଜପତି ଜିଲ୍ଲା ।

ଗଜପତି,୭.୨(ମନୋଜ ପାଢ଼ୀ)-:ଶିଳ୍ପ କ୍ଷେତ୍ରରେ ଆଗକୁ ବଢୁଛି ଗଜପତି। କାରଣ, ପୁଣି ୭ଟି ପ୍ରକଳ୍ପ ଉପହାର ଦେଇଛନ୍ତି ରାଜ୍ୟ ସରକାର ଏଣୁ, ଗଜପତି ଜିଲ୍ଲା ଧିରେଧିରେ ଶିଳ୍ପ ସମୃଦ୍ଧ ହେବାକୁ ଯାଉଛି ବୋଲି ମତପ୍ରକାଶ ପାଇଛି। ରାଜ୍ୟ ସରକାର ପୂର୍ବରୁ ଗଜପତି ଜିଲ୍ଲାରେ ୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ । ବର୍ତ୍ତମାନ ପୁଣିଥରେ ଆଉ ୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚରଣ ସ୍ମାଇଁ ଗଜପତି ଜିଲ୍ଲା ଗସ୍ତରେ ଆସି ପ୍ରକାଶ କରିଛନ୍ତି । ତେବେ, ସମସ୍ତ ଶିଳ୍ପ ସମୟ ସୀମା ମଧ୍ୟରେ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଜିଲ୍ଲାରେ ୨୮୯ ଏକର ଜମିରେ ୬୨୦ କୋଟି ଟଙ୍କାର ପୁଞ୍ଜି ନିବେଶ କରି ୭ଟି ଶିଳ୍ପ ଗଠିତ ହେବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ତାଲଶିଙ୍ଗରେ ଫାର୍ମା କମ୍ପାନି, ମାରିଙ୍ଗୀରେ ଚାଉଳ ମିଲ୍, ରାଣୀପେଟାରେ ଇଞ୍ଜିନିୟରିଂ କ୍ଲଷ୍ଟର, ତାଲଶିଙ୍ଗରେ ଶୀତଳ ଭଣ୍ଡାର ଓ ମଦ କମ୍ପାନି, ତମୟାପେଟାରେ ସୋଲାର ପ୍ଲାଣ୍ଟ ଓ ଜିରାଙ୍ଗରେ ପଞ୍ଚତାରକା ହୋଟେଲ ଆଦିକୁ ଅନୁମୋଦନ ମିଳିଥିଲା। ବର୍ତ୍ତମାନ ପୂର୍ବରୁ ମଞ୍ଜୁର ହୋଇଥିବା ଦୁଇଟି ପ୍ରକଳ୍ପରୁ ଜମି ହସ୍ତାନ୍ତର ପରେ କାର୍ଯ୍ୟ ଆରମ୍ଭ ହୋଇଛି।

ଅନ୍ୟ ପ୍ରକଳ୍ପ ଗୋଡ଼ିକ ଯଥାଶିଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏଥିରେ ମୋଟ ୪,୬୫୦ ନିଯୁକ୍ତି ସୃଷ୍ଟି ହେବ ବୋଲି କୁହାଯାଇଛି। ସେହିଭଳି ୧୬୫ ଏକର ଜମିରେ ୪୧୩ କୋଟି ଟଙ୍କା ପୁଞ୍ଜି ନିବେଶରେ ଆଉ ୭ଟି ଶିଳ୍ପ ଯଥା ମହେନ୍ଦ୍ରଗିରିରେ ଗ୍ଲାସ ରିସୋର୍ଟ, ଜିରାଙ୍ଗରେ ଲୁଫେ ହୋଟେଲ, ପାରଳାଖେମୁଣ୍ଡିରେ ଫାର୍ମା କମ୍ପାନି, ମୁଲାପେଟାରେ ଫାର୍ମା କମ୍ପାନି, ତାଲଶିଙ୍ଗରେ ଉତ୍ପାଦନ ସଂରଚନା ଏବଂ ମୋହନାରେ କାଜୁ ପ୍ରୋସେସିଂ ୟୁନିଟ ପାଇଁ ଅନୁମୋଦନ ମିଳିଛି। ଏହି ସବୁ ଶିଳ୍ପ ଗଢ଼ି ଉଠିଲେ ଶିଳ୍ପବିହୀନ ଜିଲ୍ଲା ତାଲିକାରୁ ଗଜପତି ବାଦ୍ ପଡ଼ିବା ଶିଳ୍ପ ମାଧ୍ୟମରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ବହୁ ସ୍ଥାନୀୟ ଜନସାଧାରଣ ରୋଜଗାରକ୍ଷମ ହୋଇପାରିବେ। ଏଣୁ. ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।