ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା ।ଗଜପତି,୬.୩(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ କେ ଏମ୍ ଭାଲିଆସାହି ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ଧନ୍ଦାମୂଳକ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଜ୍ଜ୍ବଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ଶିକ୍ଷକ/ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ, ଧନ୍ଦାମୂଳକ ଶିକ୍ଷକ ଭାବେ କାର୍ଯ୍ୟରତ କେଦାରନାଥ କରଙ୍କୁ ନିଜର କୃତିତ୍ୱ ପାଇଁ ଶୁଭକାମନା ଦେବା ସହ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୬୧ଜଣ ଛାତ୍ରଛାତ୍ରୀଙ୍କୁ ବିଦୟ ସମ୍ବର୍ଦ୍ଧନା ଜଣାଇ ଶିକ୍ଷାଭିତ୍ତିକ ବାର୍ତ୍ତା ଏଵଂ ଉଜ୍ଜ୍ବଳ ଭବିଷ୍ୟତ ତଥା ଉଚ୍ଚ ଶିକ୍ଷା ନିମିତ୍ତ ଉପଦେଶମାନ ଦେଇ ପିଲାମାନଙ୍କୁ ଆଶୀର୍ବାଦ କରିଥିଲେ।ଏହି ଅବସରରେ ବିବନ୍ଧନ ଉପହାର ପ୍ରଦାନ ଏବଂ ବିଦାୟ ସଙ୍ଗୀତ ଗାନ କରାଯାଇ ଭାବପୂର୍ଣ୍ଣ ପରିବେଷ ସୃଷ୍ଟି ହୋଇଥିଲା ତତ୍ ସହିତ ବିଗତ ବର୍ଷର ଦଶମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନିମ୍ବର ରଖିଥିବା ଅନିତା ଦଳାଇ, ଚନ୍ଦ୍ରଶେଖର ଦଳାଇ ଓ ହୀରାବତି ରାଇତ ଯେଉଁଭଳି ଭାବରେ A1 ଗ୍ରେଡ ରେ ପାସ୍ କରି ନିଜର ପରିବାର ସହ ନିଜର ଜିଲ୍ଲା, ବ୍ଲକ ଓ ନିଜର ଅନୁଷ୍ଠାନ ପ୍ରତି ଗୌରବ ଆଣିଥିଲେ ସେହି ଗୌରବକୁ ଆମ ଚଳିତ ବର୍ଷର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପୁନର୍ଜିବନ୍ତ କରି ବିଦ୍ୟାଳୟ ତଥା ବ୍ଲକରେ ଗୌରବ ଅର୍ଜନ କରିବେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରହ୍ଲାଦ ଶିଅଳ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ଦଶବର୍ଷର ଅଭୁଲା ସମ୍ପର୍କ ତଥା ଅନୁଭୂତି ବିଷୟରେ ବକ୍ତବ୍ୟ ମାଧ୍ୟମରେ ଆଶୀର୍ବାଦ ପ୍ରଦାନ କରିଥିଲେ।
ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ବିଦାୟ ସମ୍ବର୍ଦ୍ଧନା
