ଶନିବାର ଓଡ଼ିଶାରେ ପାଳନ ହେବ ପବିତ୍ର ଇଦ୍-ଉଲ୍-ଫିତ
ଜହ୍ନ ଦେଖା ନହେବାରୁ ଚାନ୍ଦ କମିଟିର ଘୋଷଣା, କାଲି ରମଜାନର ଶେଷ ଦିନନ୍ୟୁଜ୍ କପି:ଭୁବନେଶ୍ୱର: ଓଡ଼ିଶାରେ ପବିତ୍ର ଇଦ୍-ଉଲ୍-ଫିତର୍ ଆସନ୍ତା ଶନିବାର ପାଳନ କରାଯିବ। ଆଜି ଜହ୍ନ ଦେଖାଯାଇନଥିବାରୁ ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ ଅଲ୍ ଜମାତ୍ ଚାନ୍ଦ କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି।କମିଟିର ସୂଚନା ଅନୁଯାୟୀ, ଆସନ୍ତାକାଲି ରମଜାନ୍ ମାସର ଶେଷ ଦିନ ହେବ। ତାହା ପରେ ଶନିବାର ଦିନ ସମଗ୍ର ରାଜ୍ୟରେ ମୁସଲିମ ଭାଇମାନେ ଖୁସି ଓ ଉତ୍ସାହର ସହିତ ଇଦ୍ ପର୍ବ ପାଳନ କରିବେ।ମସଜିଦମାନେ ବିଶେଷ ନମାଜ ପାଠ ହେବା ସହିତ ଲୋକମାନେ ପରସ୍ପରକୁ ଇଦ୍ର ଶୁଭେଚ୍ଛା ଜଣାଇବେ।
