ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକକ୍ରୀଡା ଉଦଘାଟିତ

ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକକ୍ରୀଡା ଉଦଘାଟିତ

ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକକ୍ରୀଡା ଉଦଘାଟିତ…

କନ୍ଧମାଳ:- : (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ,ଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରୀଡା ଉତ୍ସବ ରେ କର୍ମଚାରୀ ବୃନ୍ଦ ଓ ଛତ୍ରଛାତ୍ରୀଙ୍କ ଉପସ୍ଥିତିରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନଙ୍କ ଦ୍ଵାରା ଅନୁଷ୍ଠାନର ୩୦ତମ ବାର୍ଷିକ କ୍ରୀଡା ଉଦ୍ଦଘାଟିତ ହେଇଯାଇଛି ।ସ୍ଥାନୀୟ ମାଁ ପିତାବଳୀ ମନ୍ଦିରରୁ ମଶାଲ ପ୍ରଜ୍ଵଳନ କରି ଗ୍ରାମ ପରିକ୍ରମା କରି ପଡିଆରେ ସ୍ଥାପନ କରଯାଇଥିଲା । ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ କ୍ରୀଡା ପତାକା ଉତ୍ତୋଲୋନ କରିବା ସହିତ କ୍ରୀଡା ଉତ୍ସବ ର ପ୍ରାରମ୍ଭ ଘୋଷଣା କରିଥିଲେ ।

ବର୍ତ୍ତମାନ ଯୁଗରେ କ୍ରୀଡାକୁ ନେଇ ଭବିଷ୍ୟତ କରିବାକୁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଏମ ବାଳକ୍ରୀଷ୍ଣା ଦୋରାଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ତ୍ରିଲୋଚନ ନାୟକ, ଶ୍ରୀଯୁକ୍ତ ମନୋଜ କୁମାର ଭୋଳ , ଶ୍ରୀଯୁକ୍ତ ପଞ୍ଚାନନ ପାଣିଗ୍ରାହୀ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ ।ଉଭୟ ବାଳକ ଓ ବାଳିକା ବିଭାଗରେ ୧୦୦ମି ,୨୦୦ ମି ,୪୦୦ ମି ଦୌଡ ପ୍ରତିଯୋଗୀତା, ଉଚ୍ଚ ଡିଆଁ , ଲମ୍ବା ଡିଆଁ , ସଟଫୁଟ , ଯାବଲୀନ , ଡିସକସ ଇତ୍ୟାଦି କ୍ରୀଡା ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ।

ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ
ସୁନାବେଡାରେ “ସଞ୍ଜୟ ପାତ୍ର (ବିଟୁନା) ସ୍ମୃତି” ଓପେନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ