ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ..
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ନିକଟରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଏକେ ପେଡ଼ ମା କି ନାମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଚକାପାଦ ବ୍ଳକ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଶ୍ରୀ ହୃଦାନନ୍ଦ ସାହୁ ଓ ମୁଖ୍ୟ ଭକ୍ତା ଭାବରେ ଅପିଓ ଶ୍ରୀମତୀ ନବନିତା ତ୍ରିପାଠୀ ଯୋଗଦେଇଥିଲେ l ସମ୍ମାନିତ ଅତିଥିଭାବେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ଲିପୁନ ପ୍ରଧାନ, କୋଷାଧକ୍ଷ ଶ୍ରୀ ହାରିଶ ମଲିକ,ଶ୍ରୀ ଦୈତାରୀ ପ୍ରଧାନ,ଶ୍ରୀ ସର୍ବେଶ୍ୱର କହଁର,ଶ୍ରୀ ମନୋଜ ଗୌଡ଼,ପରିବେଶ ସନ୍ତୁଳନ ପୃଥିବୀ ର ସୁରକ୍ଷା ଦିଗରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ପ୍ରୟାସ ଏକେ ପେଡ଼ ମା ଏକ ନାମ ୨. ୦ କାର୍ଯ୍ୟକ୍ରମକୁ ସମସ୍ତେ ପ୍ରସଂଶା କରିଥିଲେ l ନୂତନ ଜଙ୍ଗଲ ସୃଷ୍ଟି ଦ୍ୱାରା ପରିବେଶ ସନ୍ତୁଳନ କରାଯାଇ ପାରିବ ଓ ଜଳ ବାୟୁ ପରିବର୍ତନ ରେ ରୋକ ଲଗାଇ ପାରିବ ମତ ରଖିଥିଲେ ଉପସ୍ଥିତ ଅତିଥି ବୃନ୍ଦ l ପଞ୍ଚାୟତ ସମିତି ର କର୍ମଚାରୀ ଷ୍ଟେଟ ବ୍ୟାଙ୍କ କର୍ମଚାରୀ,ବନ ବିଭାଗ କର୍ମଚାରୀ,ସମାଜ ସେବୀ ଓ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ୨୦୦ରୁ ଉର୍ଦ୍ଧ ଫଳନ୍ତି ଗଛ ରୋପଣ କରାଯାଇଥିଲା l ଅଧ୍ୟାପକ ରିତାରାଣୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ,ସର୍ବ ଶେଷରେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !l
