ଶଙ୍କରାଖୋଲ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମପଞ୍ଚାୟତ ନିକଟସ୍ଥ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ଦ୍ୱାରା ଧୂମଧାମ ଗୁରୁଦିବସ ପାଳନ ହୋଇଯାଇଛି l ଏହି ଗୁରୁଦିବସ ଅବସରରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱତନ୍ତ୍ର ସମାହାର ଆୟୋଜନ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ପୌରହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅଞ୍ଚଳ ର ଅବସରର ପ୍ରାପ୍ତ ଶିକ୍ଷlବିତ ଶ୍ରୀଯୁକ୍ତ ଧନେଶ୍ୱର ଖୁଣ୍ଟିଆ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ତମ ଭବିଷ୍ୟତ ଗଡିବା ପାଇଁ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ l ଅନ୍ୟପକ୍ଷରେ ଅନୁଷ୍ଠାନ ର ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ଼ଃ ବାବୁଲା ପଟ୍ଟସାଣି ଶିକ୍ଷକ ଦିବସ ର ଆୟୋଜନ ଇତିହାସ ଓ ଆବଶ୍ୟକତା ଉପରେ ନିଜର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ସର୍ବଶ୍ରୀ ଶିବରାମ, ବୈକୁଣ୍ଟ ନାଥ ପଣ୍ଡା,ଏମ ବାଳକୃଷ୍ଣ ଦୋରା, ସନ୍ୟାସୀ ଜେନା, ସଞ୍ଜୟ ନାୟକ, ଶ୍ରୀମତୀ ରତାଞ୍ଜଳୀ ସାହୁ,ଶ୍ରୀମତୀ ରୀନା ରାଣୀ ପ୍ରଧାନ,ଏହି ଦିବସରେ ଶିକ୍ଷା ଓ ଶିକ୍ଷକ ସଚେତନତା ବାବଦରେ ନିଜର ମନ୍ତବ୍ୟ ରଖିଥିଲେ l ମୁଖ୍ୟ ଅତିଥି ଶ୍ରୀ ଧନେଶ୍ୱର ଖୁଣ୍ଟିଆଙ୍କୁ ନିଜ ଶିକ୍ଷା ବୃତ୍ତିରେ ,ଅବଦାନ ପାଇଁ ଶିକ୍ଷା ଅନୁଷ୍ଠାନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ପରିଶେଷରେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥିମାନଙ୍କୁ ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିବା ସହିତ ଶିକ୍ଷା ବୃତ୍ତି ରେ ଥିବା ଶିକ୍ଷକ ମାନଙ୍କୁ ନିଜ ନିଜ ଶିକ୍ଷା ଦାନ ବାବଦରେ ଆତ୍ମ ସମୀକ୍ଷା ସହିତ ଭବିଷ୍ୟତ ପ୍ରତି ସଚେତନତା ହେବାକୁ ମତ ରଖିଥିଲେ l
Related Posts

ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ
ଧାନକିଣା ଟାର୍ଗେଟ କୁ ନେଇ ରାସ୍ତା ରୋକ କରିଲେ ଚାଷୀ ରାୟଗଡା : ରାୟଗଡା ଜ଼ିଲ୍ଲା ରାୟଗଡା ନିୟନ୍ତ୍ରିତ ବଜ଼ାର କମିଟି ଅଧୀନରେ ଥିବା କେସିଂପୁର ଲ୍ୟାମ୍ପ…

ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଉଦଘାଟିତ
ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ କ୍ରୀଡା ଉଦଘାଟିତ ଆର, ଉଦୟଗିରି (ମନୋଜ କୁମାର ପାଢୀ)- ତା 14/09/24 ରିଖ ଶନିବାର ଦିନ ରା. ଉଦୟଗିରି…

୩ ସନ୍ତାନ ପ୍ରସବ କଲେ ମହିଳା
୩ ସନ୍ତାନ ପ୍ରସବ କଲେ ମହିଳା ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଲକର ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ୩ଟି ସନ୍ତାନଙ୍କୁ ଜନ୍ମ ଦେଇଥିଲେ ଜଣେ ମହିଳା । ମହିଳା…