ଲେଡିଜ ୱାକର୍ସ କ୍ଲବର ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା
ରାୟଗଡ଼( ) : ରାୟ ରାୟଗଡ଼ା ଲେଡ଼ିଜ ୱାକର୍ସ କ୍ଲବ ପକ୍ଷରୁ ଆଜି ସ୍ଥାନୀୟ ଇନ୍ଦିରା ନଗର ସ୍ଥିତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ, ବକୃତା ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୱାକର୍ସ କ୍ଲବ ସଂଯୋଜକ ଟି. ଜୟରାମଙ୍କ ତତ୍ବାବଧାନରେ ମୁଖ୍ୟଅତିଥ୍ ଭାବେ ଉପଦେଷ୍ଟା ସତ୍ୟବାଦୀ ପତି ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ କ୍ଲବ ସଭାପତି ଶ୍ରମିତା ପାଢ଼ୀ, ସମ୍ପାଦିକା ଅଞ୍ଜଳି ପଣ୍ଡା, କୋଷାଧ୍ୟକ୍ଷ ସୁଜାତା ପାଢ଼ୀଙ୍କ ସମେତ କ୍ଲବର ସମେତ କ୍ଲବର ଅନ୍ୟ ସଦସ୍ୟାମାନେ ଉପସ୍ଥିତ ରହି ପ୍ରତିଯୋଗିତାଗୁଡିକୁ ସୁପରିଚାଳନା କରିବାରେ ସହଯୋଗ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
