ଲୁପ୍ତ ହେବାକୁ ବସିଲାଣି କମଳା ଚାଷଆଉ ଦେଖିବାକୁ ମିଳୁନି ସେରଙ୍ଗ କମଳା ।
ଗଜପତି,୧୫.୨(ମନୋଜ ପାଢ଼ୀ):- ଗୁମ୍ଫା ବ୍ଲକ ଆଦିବାସୀ ଅଧ୍ୟଷିତ ଅଞ୍ଚଳ ଭାବେ ପରିଚିତ | ଗୁମ୍ଫା ବ୍ଲକର ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ବିଭିନ୍ନ ଚାଷ ହୋଇଥାଏ | ହେଲେ ବଣ ପାହାଡ଼ ଘେରା ଗୁମ୍ଫା ବ୍ଲକର ପାରମ୍ପରିକ ଚାଷ ଦିନକୁ ଦିନ ଲୁପ୍ତ ହେବାରେ ଲାଗିଛି! ବିଶେଷ କରି କମଳା ଚାଷ ପାଇଁ ଉପଯୁକ୍ତ ପାଣିପାଗ ଓ ବାତାବରଣ ଥିବା ଅଜୟଗଡ଼, ମୁନୁସିଂ ଏବଂ ସେରଙ୍ଗ ପଞ୍ଚାୟତରେ ଆଉ କମଳା ଚାଷ ଦେଖୁବାକୁ ମିଳୁନି । ବିଗତ ଦିନ ମାନଙ୍କରେ ପ୍ରଚୁର ପରିମାଣର କମଳା ଉତ୍ପାଦନ ହେଉଥିବା ବେଳେ ଦିନକୁ ଦିନ ଏହି ଚାଷରୁ ଚାଷୀ ମୁହଁ ଫେରାଉଛନ୍ତି I ପୋଡୁ ଚାଷ ଏବଂ କାଜୁବଣ ବୃଦ୍ଧି ଯୋଗୁ ପରିବେଶ ଉପରେ ତଥା ଜଳବାୟୁ ପ୍ରଦୂଷଣର କୁପ୍ରଭାବ ପଢୁଥିବା ପରିବେଶ ବିଶେଷଜ୍ଞ କହିଛନ୍ତି। ଚାଷୀଙ୍କୁ ସଚେତନତା କରାଯାଇ କମଳାଚାରାକୁ ବହୁ ପରିମାଣରେ ଯୋଗାଇ ଦେଲେ ପରିବେଶରେ ସନ୍ତୁଳନ ଆସିବା ସହିତ କମଳା ଚାଷର ଚାହିଦା ବୃଦ୍ଧି ପାଇବ I
ସେରଙ୍ଗ ଓ ଅଜଗଗଡ଼ ଅଞ୍ଚଳରେ କମ ଉତ୍ପାଦନ ହେଉଥିବା କାଜୁ ଚାଷ ଉପରେ ନିର୍ଭର ନ କରି କମଳା ଚାଷକୁ ଗୁରୁତ୍ବ ଦେବାକୁ ଅଜଯଗଡ଼ ଓ ସେରଙ୍ଗ ଅଞ୍ଚଳର ଚାଷୀଙ୍କୁ ସଟେତନ କରାଗଲେ ସେମାନଙ୍କ ଆୟ ବୃଦ୍ଧି ହେବା ସହିତ ପାରମ୍ପରିକ କମଳା ଚାଷର ସଂରକ୍ଷଣ କରାଯାଇପାରିବ ବୋଲି ଚାଷୀ ସୁରେଶ ବଢ ଦଳାଇ, ମାଲୀୟ ପାଇକ, ଦେବେନ୍ଦ୍ର ପ୍ରଧାନ, ରୂପ ଶବର, ନୋହର ରମାଙ୍ଗ ଏଲିଅ ଶବର ଓ କାର୍ତ୍ତିକ ଗମାଙ୍ଗ କହିଛନ୍ତି। ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ କମଳା ଫଳର ଫାଇଦା ବାଷୀ ଓ ଅଞ୍ଚଳବାସୀ ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏନେଇ ଅଜୟଗଡ଼ ଅଢେଇ, ବାଲମୁଣ୍ଡା, ଜିନ୍ତେସିଂ, ରାଙ୍ଗିଡ଼ି ଓ ଲୁହାରା ଗ୍ରାମରେ ୨୦୨୦ ଠାରୁ ୨୦୨୪ ବର୍ଷ ମଧ୍ୟରେ ହାରାହାରି ୭୦ ହେକ୍ଟର ଜମିରେ କମଳା ଚାରା ରୋପଣ କରାଯାଇଛି। କିନ୍ତୁ ଅଞ୍ଚଳରେ ଜଳ ଅଭାବ ଯୋଗୁଁ ଚାଷୀ ଚାଷ ପ୍ରତି ଅମଙ୍ଗ ହେଇଥିବା କହିଛନ୍ତି ବ୍ଲକ ଉଦ୍ୟାନ ଅଧୂକାରା ଦିଲ୍ଲୀପ ଡ଼ିଙ୍ଗାଲ।
