ଲିଭ ଫର ଅଦର୍ସ ଓ ଡିସିବି ବ୍ୟାଙ୍କର ମିଳିତ ରକ୍ତଦାନ ଶିବିର। ସେମିଳିଗୁଡା.ତାରିଖ ୨୭,୧୨,୨୦୨୪:ସେମିଳିଗୁଡାସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଲିଭ ଫର ଅଦର୍ସ ,ସେମିଳିଗୁଡାସ୍ଥିତ ଡିସିବି ବ୍ୟାଙ୍କର ସହଯୋଗରେ ଏକ ରକ୍ତଦାନ ଶିବିରର ଆୟୋଜନ କରିଥିଲେ। ଏହି ଶିବିରକୁ ବୟୋଜ୍ୟେଷ୍ଠ ଭୂଦାନ କର୍ମୀ ଶ୍ରୀ କୃଷ୍ଣ ସିଂ ଉଦଘାଟନ କରିଥିଲେ। ଶିବିରରେ ପୁରୁଷ, ମହିଳାଙ୍କ ସହ ଜଣେ ଦିବ୍ୟାଂଗ ବ୍ଯକ୍ତି ରକ୍ତଦାନ କରିଥିଲେ। ଲିଭ ଫର ଅଦର୍ସର ଅଧ୍ୟକ୍ଷା ତଥା ବରିଷ୍ଠ ସାମାଜିକ କାର୍ଯ୍ଯକର୍ତ୍ତା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଶିବିର ପରିଚାଳନା ସହ ନିଜର ୫୧ତମ ରକ୍ତଦାନ କରିଥିଲେ।ଯାହା କି ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ପାଲଟିଥିଲା।ବ୍ୟାଙ୍କର ପ୍ରବନ୍ଧକ ସନ୍ତୋଷ କୁମାର ପଣ୍ଡା,ଅନ୍ଯାନ୍ଯ ଷ୍ଟାଫ ରିପୂନ କୁମାର ହୋତା,ସତ୍ଯ ପ୍ରକାଶ ପାଲ,ନିହାରିକା ଦଳେଇ, ମନୋଜ କୁମାର ମଣ୍ଡଳ, ଜୁନେଶ ମୁଠାଇ ,ପ୍ରଦୀପ କୁମାର ବେହେରା ମାଳି ସହଯୋଗ କରିଥିଲେ।କ୍ଳଷ୍ଟର ମୂଖ୍ଯ ଭଗବାନ ଓଝା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ସମୁଦାୟ ୨୭ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର କର୍ମଚାରୀବୃନ୍ଦ ରଂଜିତ ସାହୁ,ପୁଷ୍ପିତା ମହନ୍ତ, ରବୀନ୍ଦ୍ର ମିଶ୍ର,ସୁରେଶ ନାୟକ ରକ୍ତ ସଂଗ୍ରହ କରିଥିଲେ। ପ୍ରତ୍ୟେକ ରକ୍ତଦାତାଙ୍କୁ ଗୋଟିଏ ଗୋଟିଏ ଫୁଲଗଛ ଉପହାର ଦିଆଯାଇ ପରିବେଶ ସଚେତନତା ବାର୍ତ୍ତା ପ୍ରଦାନ କରାଯାଇ ଥିଲା।ଏଠାରେ ଉଲ୍ଲେଖଯୋଗ୍ଯ ଯେ,୨୦୨୪ ରେ ଲିଭ ଫର ଅଦର୍ସ ସମୁଦାୟ ୫ଟି ରକ୍ତଦାନ ଶିବିର ଆୟୋଜନ କରିଛନ୍ତି।
Related Posts
ମୋହନା ବ୍ଲକ ରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ମୋହନା ବ୍ଲକ ରେ ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ । ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଭାରତ…
ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ବର୍ଦ୍ଧନା
ସନ୍ଥ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାରପ୍ରାପ୍ତ ବୁଣାକାରଙ୍କୁ ସମ୍ବର୍ଦ୍ଧନା ଭୁବନେଶ୍ୱର: ଭୁବନେଶ୍ଵରସ୍ଥିତ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦଠାରେ ରାଜ୍ୟ ସରକାରଙ୍କ…
ଡିପ୍ଲୋମା ଛାତ୍ରୀ ଙ୍କ ଆତ୍ମହତ୍ୟା ସନ୍ଦେହ।
ଡିପ୍ଲୋମା ଛାତ୍ରୀ ଙ୍କ ଆତ୍ମହତ୍ୟା ସନ୍ଦେହ। ଗଞ୍ଜାମ:ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀ ଶ୍ୱେତପଦ୍ମା ଦାସ ଙ୍କର ଅସ୍ବାଭାବିକ ମୃତ୍ୟୁ…