ଲିଭ ଫର ଅଦର୍ସର କାର୍ଯ୍ୟକ୍ରମରେ ପାତ୍ର ପରିବାରର ଶୀତବସ୍ତ୍ର ବଣ୍ଟନ।
ସେମିଳିଗୁଡା.ତାରିଖ ୨-୧-୨୦୨୬-ସେମିଳିଗୁଡାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଲିଭ ଫର ଅଦର୍ସ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେମିଳିଗୁଡାର ବିଶିଷ୍ଟ ବ୍ଯବସାୟୀ ତଥା ସମାଜସେବୀ ଶ୍ରୀଯୁକ୍ତ ନୀଳ ମାଧବ ପାତ୍ର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରଂଜିତା ପାତ୍ର ସେମିଳିଗୁଡା ଅଂଚଳରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ଯୋଗୁଁ ବୃଦ୍ଧ ବୃଦ୍ଧାମାନଙ୍କୁ ଉନ୍ନତ ମାନର ଉଲର ଶାଲ୍ ଶୀତବସ୍ତ୍ର ବଣ୍ଟନ କରିଥିଲେ। ହାଟଗୁଡା ପଂଚାୟତର ପୁଜାରୀପୁଟଠାରେ ପୁଜାରୀପୁଟ ,ରାମନାୟକପୁଟ ଓ ଗାଦିଖମରାର ବୃଦ୍ଧ ବୃଦ୍ଧାମାନଙ୍କୁ ୬୦ଟି ଶାଲ ବଣ୍ଟନ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଲିଭଫର ଅଦର୍ସର ସାଧାରଣ ସମ୍ଫାଦିକା ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ପରିଚାଳନା କରିଥିଲେ ଓ ଗ୍ରାମବାସୀଙ୍କୁ ସ୍ବଚ୍ଛତା,ପିତାମାତାଙ୍କ ସେବାଯତ୍ନ,ସ୍ବାସ୍ଥ୍ୟର ଯତ୍ନ ସମ୍ବନ୍ଧରେ ବୁଝାଇ ଥିଲେ। ଭତ୍ତା ପାଇ ନ ଥିବା ବୃଦ୍ଧ ବୃଦ୍ଧାଙ୍କ ତାଲିକା ପ୍ରସ୍ତୁତ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଉସ୍ଚାହିତ କରିବାସହ ପାତ୍ର ଦମ୍ପତ୍ତିଙ୍କ ଭୂୟସୀ ପ୍ରଶଂସା କରିଥିଲେ।ସ୍ଥାନୀୟ ଅଂଗନୱାଡି କର୍ମୀ ଜ୍ବୋସ୍ନା ଖରା ବଣ୍ଟନ କାର୍ଯ୍ଯରେ ସହଯୋଗ କରିଥିଲେ।ଶେଷରେ ଶ୍ରୀ ନୀଳ ମାଧବ ପାତ୍ର ଓ ତାଙ୍କ ଧର୍ମ ପତ୍ନୀଙ୍କୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇ ଥିଲା।ଆଗକୁ ଏପରି ସାମାଜିକ କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ଶ୍ରୀ ପାତ୍ର କହିଥିଲେ।

