ଲିଟଲ୍ କୃଷ୍ଣା – ଏ ପ୍ରିମିୟମ୍ ପ୍ରିସ୍କୁଲରେ ବିଜ୍ଞାନ ଓ କଳା/ହସ୍ତଶିଳ୍ପ ପ୍ରଦର୍ଶନୀ

ଲିଟଲ୍ କୃଷ୍ଣା – ଏ ପ୍ରିମିୟମ୍ ପ୍ରିସ୍କୁଲରେ ବିଜ୍ଞାନ ଓ କଳା/ହସ୍ତଶିଳ୍ପ ପ୍ରଦର୍ଶନୀ

ଲିଟଲ୍ କୃଷ୍ଣା – ଏ ପ୍ରିମିୟମ୍ ପ୍ରିସ୍କୁଲରେ ବିଜ୍ଞାନ ଓ କଳା/ହସ୍ତଶିଳ୍ପ ପ୍ରଦର୍ଶନୀ ___________________________________

ସେମିଲିଗୁଡା: କୋରାପୁଟ ଜିଲ୍ଲାର ସେମିଳିଗୁଡା ସହର ର ଲିଟଲ୍ କୃଷ୍ଣା – ଏ ପ୍ରିମିୟମ୍ ପ୍ରିସ୍କୁଲରେ ସୋମବାର ବିଜ୍ଞାନ ଓ କଳା/ହସ୍ତଶିଳ୍ପ ପ୍ରଦର୍ଶନୀ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଥିଲା। ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ସେମିଲିଗୁଡା ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରିୟମ୍ବଦା ପାତ୍ର ଯୋଗଦେଇ ଥିଲା।ପିଲାମାନଙ୍କ ପ୍ରତିଭାକୁ ସାଧୁବାଦ ଜଣାଇଥିଲେ।ସକାଳ ସାମ୍ବାଦିକ କୁର୍ମା ରାଓ ଗୌରବ ଅତିଥି ଭାବେ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମର ସ୍କୁଲ ସ୍ଥାପକ ସଞ୍ଜିବ ଭାଟ୍ରା ଓ ସହ-ସ୍ଥାପିକା ଦୀପ୍‌ଶିଖା ଭାଟ୍ରା ପ୍ରଦର୍ଶନୀର ଉଦ୍ଦେଶ୍ୟ ଓ ଶିଶୁଶିକ୍ଷାରେ ସୃଜନଶୀଳତାର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କଞ୍ଚନ ଭାଟ୍ରା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।ପ୍ରଦର୍ଶନୀରେ ନର୍ସରୀ, ପ୍ଲେଗ୍ରୁପ୍ ଓ ଏଲ କେ ଜି ଶ୍ରେଣୀର ଛାତ୍ରଛାତ୍ରୀମାନେ ତିଆରି କରିଥିବା ବିଭିନ୍ନ ସୃଜନାତ୍ମକ ଓ ବୈଜ୍ଞାନିକ ପ୍ରକଳ୍ପ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା। ଏଲ କେ ଜି ଶ୍ରେଣୀର ଅଂଶୁବାଲି ମାଝି ଓ ଯଶ୍ମିତ୍ ହିଆଲ ତିଆରି କରିଥିବା ସୂର୍ଯ୍ୟ ଶକ୍ତିଚାଳିତ ବିମାନ (ରୋବୋଟିକ୍ସ) ପ୍ରକଳ୍ପଟି ସର୍ବଶ୍ରେଷ୍ଠ ପ୍ରକଳ୍ପ ଭାବେ ପ୍ରଶଂସିତ ହୋଇଥିଲା। ନର୍ସରୀ ଶ୍ରେଣୀର ଧୃବାଂଶ ମିଶ୍ରଙ୍କ “ବିଫୋର୍ ଏଣ୍ଡ୍ ଆଫ୍ଟର୍” ପ୍ରକଳ୍ପ ଏବଂ ପ୍ଲେଗ୍ରୁପ୍ ଶ୍ରେଣୀର ପାର୍ଥଭୀ ପରିମିତାଙ୍କ “ମହାଦ୍ୱୀପ” ପ୍ରଦର୍ଶନ ମଧ୍ୟ ଦର୍ଶକମାନଙ୍କ ଭୃକୁଟି ଆକର୍ଷଣ କରିଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ସୁନିତା ସୋରେନ, ଦୀପ୍‌ଶିଖା, ଶ୍ରୀମତୀ ଜ୍ୟୋତି ନାୟକଙ୍କ ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା। ପିଲାମାନଙ୍କର ସୃଜନଶୀଳତା ଓ ନବଚିନ୍ତନକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପ୍ରଦର୍ଶନୀ ସମସ୍ତଙ୍କ ମନରେ ସ୍ମରଣୀୟ ଛାପ ଛାଡ଼ିଥିଲା।ରିପୋର୍ଟ by ch kurma Rao semiliguda