ଲରମ୍ଭା ମହାବିଦ୍ୟାଳୟ ଇତିହାସ ବିଭାଗରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।

ଲରମ୍ଭା ମହାବିଦ୍ୟାଳୟ ଇତିହାସ ବିଭାଗରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।

ଲରମ୍ଭା ମହାବିଦ୍ୟାଳୟ ଇତିହାସ ବିଭାଗରେ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।

ବରଗତ – (ଭବାନୀ ଶଙ୍କର ପାଢ଼ୀ) ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜ ଠାରେ ଅଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଇତିହାସ ବିଭାଗରେ ଏକଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଅଛି | ଏଥିରେ ସମ୍ବଲପୁରସ୍ଥିତ ନେତାଜୀ ସୁବାଷଚନ୍ଦ୍ର ବୋଷମହାବିଦ୍ୟାଳୟ ଇତିହାସ ବିଭାଗର ପ୍ରଫେସର ଡ଼କ୍ଟର ରଘୁମଣି ନାଏକ ମୁଖ୍ୟ ଅତିଥି ତଥା ଆଲୋଚକ ଭାବେ ଯୋଗଦେଇ ଥିଲେ| ଇତିହାସ ବିଭାଗର ମୁଖ୍ୟ ଡ଼କ୍ଟର ଅନ୍ତର୍ଯ୍ୟାମୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ରୁଚିତା ମାଝୀଙ୍କ ତତ୍ୱାବଧାନରେ ଯୁକ୍ତ ତିନି ଇତିହାସ ବିଭାଗର ଛାତ୍ରୀ ଆକାଂକ୍ଷା ବିଶ୍ୱାଳ, ରୋହିଣୀ ଖାଲସା, ଵୈଷ୍ଣଵୀ ଧରୁଆ ଓ ଛାତ୍ର ଜିତେନ୍ଦ୍ର ଡନସନl ପ୍ରବନ୍ଧ ପାଠ କରିଥିଲେ|ଶେଷରେ ଅଧ୍ୟାପକ ସିଦ୍ଧେଶ୍ୱର ପଧାନ ଧନ୍ୟବାଦ ପ୍ରଦାନ କରିଥିଲେ| ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l