ଲରମ୍ଭା ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି।

ଲରମ୍ଭା ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି।

ଲରମ୍ଭା ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷର ନବମ ଦିବସରେ ଆସ ବହିଟିଏ କିଣିବା ଦିବସ ଅନୁଷ୍ଠିତ ହୋଇ ଯାଇଅଛି | ଓଡ଼ିଆ ଭାଷାରେ ଲିଖିତ ପୁସ୍ତକ ଗୁଡିକୁ ଓଡ଼ିଆ ବିଭାଗ ଦ୍ୱାରା ବିକ୍ରି ନିମନ୍ତେ ଏକ ବହି ପସରାର ଆୟୋଜନ କରାଯାଇଥିଲା | ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ପସରାର ଶୁଭାରମ୍ଭ କରିଥିଲେ | ଏଥିରେ ମହାବିଦ୍ୟାଳୟର ପ୍ରତିଷ୍ଠାତା କବି ବ୍ରଜମୋହନ ପଣ୍ଡାଙ୍କ ଲିଖିତ ପୁସ୍ତକ ତଥା ଅଂଚଳର ବହୁ ବରପୁତ୍ରଙ୍କ ଲିଖିତ ପୁସ୍ତକ ସମେତ ଅନୁଷ୍ଠାନରେ କାର୍ଯ୍ୟରତ କର୍ମକର୍ତ୍ତାଙ୍କ ସ୍ଵଲିଖିତ ଗଳ୍ପ, ପ୍ରବନ୍ଧ, ଲୋକସାହିତ୍ୟ ଓ ଜୀବନୀ ପୁସ୍ତକ ରହିଥିଲା | ଦିବସଟିକୁ ଓଡ଼ିଆ ଅଧ୍ୟାପକ ଡ଼. ଅଜିତ କୁମାର ନାଥ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଡ଼. ଅନ୍ତର୍ୟାମୀ ବେହେରା, ଗ୍ରନ୍ଥାଗାରିକ ଶିଭାଶିଷ ପ୍ରଧାନ, ବଡ଼ବାବୁ ପ୍ରମୋଦଚନ୍ଦ୍ର ସେଠ,ଗୋପାଳ ଚନ୍ଦ୍ର ନାୟକ ପ୍ରମୁଖ ସହଯୋଗ କରିଥିଲେ | ଏହା ପୂର୍ବରୁ ଓଡ଼ିଆପକ୍ଷ ପାଳନ ଅବସରରେ ଆମପୋଷାକ ଆମପରିଚୟ, ଓଡ଼ିଆ ରେ ନାମଫଳକ ଲେଖା ଅଭିଯାନ, ଐତିହ ଗଣଦୌଡ଼, ସ୍ୱଚ୍ଛତା ଅଭିଯାନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |