ଲରମ୍ଭା କଲେଜର ଏନ.ସି.ସି ନୌସେନା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜର ଏନ. ସି. ସି. ନୌ ସେନା ଅଧିକାରୀ ସରୋଜ କୁମାର ନାୟକଙ୍କ ନବେ ଦିନର ତାଲିମ୍ ସମାପନରେ କଲେଜ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଶ୍ରୀ ନାୟକ ମହାରାଷ୍ଟ୍ର ନାଗପୁର କାମଟି ଓ. ଟି. ଏ ରେ ଜାନୁୟାରୀ ୫ତାରିଖରୁ ଏପ୍ରିଲ ୪ ତାରିଖ ୨୦୨୬ ପର୍ଯ୍ୟନ୍ତ ତାଲିମ୍ ନେଇଥିଲେ | ଏଥିରେ ଭାରତର ବିଭିନ୍ନ ଅନୁଷ୍ଠାନରୁ ୫୭୪ ଜଣଙ୍କୁ ତାଲିମ୍ ଦିଆ ଯାଇଥିଲା | ସେଥିମଧ୍ୟରୁ ଲରମ୍ଭା କଲେଜ ମନୋନୀତ ହୋଇ ସବ ଲେପଟେଣ୍ଟ ପଦବୀକୁ ଉନ୍ନୀତ ହୋଇଥିବାରୁ ଅଞ୍ଚଳ ତଥା ଛାତ୍ର ଛାତ୍ରୀ ମହଲରେ ଖୁସିର ବାତାବରଣ ଦେଖାଦେଇଛି | ଉତ୍ସବରେ ଲରମ୍ଭା ହାଇସ୍କୁଲର ଶିକ୍ଷକ ବିନୟ କୁମାର ନାଏକ, ବଡ଼ବାବୁ ପ୍ରମୋଦ ଚନ୍ଦ୍ର ସେଠ, ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ସମତେ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ |
