ଲରମ୍ଭା କଲେଜରେ ଦ୍ବୀଦିବସୀୟ ମୈାଳିକ ବିପର୍ଯ୍ୟୟ ପରିଚାଳନା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି।

ଲରମ୍ଭା କଲେଜରେ ଦ୍ବୀଦିବସୀୟ ମୈାଳିକ ବିପର୍ଯ୍ୟୟ ପରିଚାଳନା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି।

ଲରମ୍ଭା କଲେଜରେ ଦ୍ବୀଦିବସୀୟ ମୈାଳିକ ବିପର୍ଯ୍ୟୟ ପରିଚାଳନା ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରଗତ – ୬,୧୨(ଭବାନୀ ଶଙ୍କର ପାଢ଼ୀ) ବରଗତ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜଠାରେ ଦୁଇ ଦିବସୀୟ ମୋୖଳିକ ବିପର୍ଯ୍ୟୟ ପରିଚାଳନା ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଅଛି | ପ୍ରଥମ ଦିବସରେ ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ମହାନ୍ତି ପ୍ରଦୀପ ପ୍ରଜ୍ଜଳନ କରି ଶିବିରର ଶୁଭାରମ୍ଭ କରିଥିଲେ| ତାଲିମ୍ ଦାତା ଭାବରେ ଚତୁର୍ଥ ବାଟାଲିୟନ ଦେଓଗଡ ଓଡ୍ରାଫ ୟୁନିଟର ଉପାସୁ ମାହାର, ଶୁଭେନ୍ଦୁ ପ୍ରଧାନ, ସୁଧୀର ବିଲୁଙ୍ଗ, ଦୁର୍ଗା ମୁଣ୍ଡା, ମୁକ୍ତେଶ୍ଵର ମହାକୁର ସୁଜିତ ମହାନ୍ତି, ଗିରିଧାରୀ ବୁଦ୍ଧିଆ ଯୋଗ ଦେଇଥିଲେ | ବନ୍ୟା, ବାତ୍ୟାର ମୁକାବିଲା,ହଠାତ ନିଆଁ ଲାଗିବା, ରାସ୍ତା ଦୁର୍ଘଟଣାରେ ରକ୍ତସ୍ରାବ ବନ୍ଦକରିବା, ହୃତଘାତ ଇତ୍ୟାଦି ସମୟରେ କିକି ପଦକ୍ଷେପ ନେବେ ସେଉପରେ ତାଲିମ୍ ପ୍ରଦାନ କରିଥିଲେ | ଦ୍ଵିତୀୟ ଦିବସରେ ସମସ୍ତ ପ୍ରକାରର ତାଲିମକୁ ଦୃଶ୍ୟାକୃତୀ କରାଯାଇଥିଲା।ଏହି ଅବସରରେ କଲେଜ ସ୍ଥିତ ଏନ.ସି.ସି ଆର୍ମି ଗ୍ରୁପର ଅଧିକାରୀ ଲେପଟେଣ୍ଟ ପାଟମଞ୍ଜରୀ ସାହୁ, ଯୁବ ରେଡ଼କ୍ରସର ଅଧିକାରୀ କାଦମ୍ବିନୀ ଗୁରୁ, ବିଣା ମେହେର,ସୁନୀଳ କୁମାର ପ୍ରଧାନ ଜାତୀୟ ସେବା ଯୋଜନା ଅଧିକାରୀ ଡ଼. ଅଜିତ କୁମାର ନାଥ, ଗଣେଶ ସିଂ, ସଂଘମିତ୍ରା ମହାକୁର ସମେତ ଅଧ୍ୟାପକ ମନରଞ୍ଜନ ତ୍ରିପାଠୀ, ପବିତ୍ର ମାହାଣା ଓ ଡ଼. ରଂଜିତ ପ୍ରଧାନ ସହଯୋଗ କରିଥିଲେ | ତାଲିମ୍ ଶିବିରରେ ଆର୍ମି ୟୁନିଟ, ନାଭାଲ ୟୁନିଟ, ଯୁଵରେଡ଼କ୍ରସ ଓ ଏନ.ଏସ.ଏସର ସମସ୍ତସ୍ବେଚ୍ଛାସେଵୀ ଯୋଗଦାନ କରିଥିଲେ। ଶେଷରେ ଅଧ୍ୟାପିକା ପାଟମଞ୍ଜରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |