ଲଣ୍ଡା ସିଂ ଲକ୍ଷ୍ମୀପୁର ପ୍ରାଥମିକ ସେବାଶ୍ରମ ର ବାର୍ଷିକ ଉତ୍ସବ ପାଳିତ
ରାୟଗଡ(info media)ଗୁଡାରୀ ବ୍ଳକ୍ ଅଧୀନସ୍ଥ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ଵାରା ପରିଚାଳିତ ପ୍ରାଥମିକ ସେବାଶ୍ରମ ଲଣ୍ଡା ସିଂ ଲକ୍ଷ୍ମୀପୁର ଠାରେ ବାର୍ଷିକ ଉତ୍ସବ ଅନନ୍ୟା ୦୧ ପାଳିତ ହୋଇଯାଇଅଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ଵନାଥ ଶବର ଭାରପ୍ରାପ୍ତ ବ୍ଳକ୍ ଅଧ୍ୟକ୍ଷ ଗୁଡାରୀ,ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁପ୍ତ କୁମାର ଦଳାଇ ସମ୍ମାନୀତ ଅତିଥି ରୂପେ ମହେନ୍ଦ୍ର ଶବର ବିଦ୍ୟାଳୟ ପରିଚାଳନା କମିଟି ସଭାପତି , ଅବନିକାନ୍ତ ହରିଚନ୍ଦନ କ୍ଲଷ୍ଟର ସାଧନ ସଂଯୋଜକ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିନାଥ ମିଶ୍ର ଓ ଅଶ୍ଵିନୀ ଖାଡ଼ଙ୍ଗା, ମନୋଜ କୁମାର ପାଢୀ ପ୍ରଧାନ ଶିକ୍ଷକ ବାଳିକା ଉଚ୍ଚ ବିଦ୍ୟାଳୟ ପୁଟାସିଂ, ବୃନ୍ଦାବନ ସାହୁ ପ୍ରଧାନ ଶିକ୍ଷକ ଉଚ୍ଚ ବାଳକ ବିଦ୍ୟାଳୟ ପୁଟାସିଂ ଓ ସଭାପତି ରୂପେ ସୂର୍ଯ୍ୟମଣୀ ଶବର ସରପଞ୍ଚ ସାନହୁମା ଏବଂ ଆବାହକ ରୂପେ ଦିଲୀପ କୁମାର ଚୌଧୁରୀ ପ୍ରଧାନ ଶିକ୍ଷକ ଲଣ୍ଡା ସିଂ ଲକ୍ଷ୍ମୀପୁର ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀଙ୍କ ଶାରୀରିକ , ବୌଦ୍ଧିକ ଓ ମାନସିକ ବିକାଶ ନିମନ୍ତେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ନିତାନ୍ତ ଆବଶ୍ୟକ। ଉପସ୍ଥିତ ସମସ୍ତ ଅତିଥି ଓ ଜିଲ୍ଲା ତଥା ରାଜ୍ୟ ସ୍ତରର କୃତୀ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଉପ 6ଢୗକନ ଓ ଉପହାର ବିଦ୍ୟାଳୟ ତରଫରୁ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ବାର୍ଷିକ କ୍ରିଡା ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା ।ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଶୋକ କୁମାର କର ଗୁଣପୁର ସଭା ମଞ୍ଚ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ତପନ କୁମାର ସୁନାମୁଦି ଓ ନିଖିଳ କୁମାର ପାଢୀ ପରିଚାଳନା କରିଥିଲେ । ବିଦ୍ୟାଳୟର ସୁନାପୁଅ ଓ ସୁନାଝିଅ ତଥା ଆଗାମୀ ଭବିଷ୍ୟତର ପୋଲିସ ବାହିନୀ ପରିବେଶକୁ ଶୃଙ୍ଖଳିତ କରୁଥିଲେ ।
ଵଉତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ନଗେନ୍ଦ୍ର ପୁରୋହିତ, ଶିକ୍ଷକ ନିଳାଞ୍ଚଳ ମିଶ୍ର, ପ୍ରତାପ ଚନ୍ଦ୍ର ଗୁରୁ,ସାମହୁମା କ୍କଷ୍ଟରର ଓ ଗୁଡାରୀ ବ୍ଳକ୍ ର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ଓ ବିଭିନ୍ନ ବିଭାଗର କର୍ମକର୍ତ୍ତ। ମାନେ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀନିବାସ ପାଢୀ, ଲୋକନାଥ ସାହୁ,ମକର ଧୂଜ କାଦାମ୍ବାଲୁ, ଅମୂଲ୍ୟ ନିଶାଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ମାଳତୀ ପୁର ପ୍ରଧାନ ଶିକ୍ଷକ ମୋହନ ମାଝୀ, , ଡମ୍ବସରା ପ୍ରଧାନ ଶିକ୍ଷକ ସୁନୀଲ ଗୌଡ ,କର୍ଲାଘାଟୀ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ସାହୁ ତଥା ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ମେଟ୍ରୋନ ଓ ପାଚକ ପାଚିକା ମାନେ ସହଯୋଗ କରିଥିଲେ ।ପରିଶେଷରେ ପ୍ରଧାନ ଶିକ୍ଷକ ଦିଲୀପ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତି ସଭାସାଙ୍ଗ କରିଥିଲେ ।ରାୟଗଡ଼ ରି ଅମୁଲ୍ୟ ନିଶଙ୍କ ଙ୍କୁ ରିପୋର୍ଟ
