ରୋଷେଇ କରୁଥିଲେ ମହିଳା: ହଠାତ୍ ଲାଗିଲେ ନିଆଁ
ଗଜପତି,୪।୧(ମନୋଜ ପାଢ଼ୀ): ଗଜପତି ଜିଲା ଅଡବା ଥାନା ଅନ୍ତରବା ପଞ୍ଚାୟତର ହାଚିପଙ୍କା ଗାଁରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି l ମହିଳା ଜଣକ ହେଲେ ଗାଁର ସୁନାମ ମଲ୍ଲୀକଙ୍କ ସ୍ତ୍ରୀ ଚନ୍ଦ୍ରକଳା ମାଝୀ (୨୬)ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ।
ସୂଚନା ପ୍ରକାରେ, ଚନ୍ଦ୍ରକଳା ଘରେ ରୋଷେଇ କରିବା ବେଳେ ହଟାତ ଲୁଗାରେ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଯିବା ପରେ ଚିତ୍କାର କରିଥିଲେ ଚନ୍ଦ୍ରକଳା ସଙ୍ଗେ ସଙ୍ଗେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର ବାସୁଦେବ ମହନ୍ତ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଚନ୍ଦ୍ରକଳାଙ୍କ ପେଟ, ମୁହଁ, ଛାତି, ହାତରେ ନିଆଁଲାଗି ଶରୀରର ପ୍ରାୟ ୩୦ ପ୍ରତିଶ୍ୱତ ପୋଡି ଯାଇଥିବା ମେଡିକାଲ ଅଧିକାରୀ ଡାକ୍ତର ଜୟ ପ୍ରକାଶ ସୂଚନା ଦେଇଛନ୍ତି।
