ରୋଗୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା କୁ ନେଇ ବିଧାୟକ ଚିକିତ୍ସ ଅଧିକାରୀ ଙ୍କୁ ତାଗିଦ୍ ।
ଗଜପତି: ମନୋଜ ପାଢ଼ୀ/ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ରୋଗୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା କୁ ନେଇ ବିଧାୟକ ଚିକିତ୍ସ ଅଧିକାରୀ ଙ୍କୁ ତାଗିଦ୍ ଗଜପତି: ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀଙ୍କ ଦାଦାଗିରି, ଚିକିତ୍ସା ନିମନ୍ତେ ଆସିଥିବା ରୋଗୀଙ୍କୁ ମରଣାନ୍ତକ ଆକ୍ରମଣ, ଭୁବନେଶ୍ୱର ବିମଳା ଏଣ୍ଟରପ୍ରାଈଜେସ ନାମକ ସଂସ୍ଥା ପକ୍ଷରୁ ନିୟୋଜିତ ଅଛନ୍ତି ସୁରକ୍ଷା କର୍ମୀ ,କି ଯୁଗରେ ହେଲା ବାବା ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ” ବିମଳା ଏଣ୍ଟ୍ରପ୍ରାଇଜ” ଦ୍ଵାରା କାର୍ଯାରତ ସୁରକ୍ଷାକର୍ମୀ କାହା ଆଧାର ଅନୁଯାୟୀ ଆସିଥିବା ରୋଗୀ ଙ୍କୁ ଏପରି ଦୁର୍ବ୍ୟବହାର କରୁଛନ୍ତି? ଏମାନେ ସୁରକ୍ଷା କର୍ମୀ ନା ଚିକିତ୍ସା ହେବା ରୋଗୀଙ୍କ ଉପରେ ଗୁଣ୍ଡା ଗର୍ଦି କରିବା ପାଇଁ ଅଛନ୍ତି? ନାଁ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ମାରାତ୍ମ ଆକ୍ରମଣ କରିବା ପାଇଁ ରହିଛନ୍ତି? ଏଥିପାଇଁ ସରକାର ଏମାନଙ୍କୁ ଦରମା ଦେଇ ରଖିଛନ୍ତି।ଏମାନେ କାହା ଈସାରାରେ ଏଠି ଏପରି କାର୍ଯ୍ୟ କରିବା ପାଇଁ ଏମାନଙ୍କୁ କିଏ ଆଦେଶ ଦେଇଛନ୍ତି ?ଏପରି ବ୍ୟବହାର କରିବା ପାଇଁ!, ଏହା ଉପରେ ଉଚ୍ଚ କତୃପକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବି ମାନେ ମତଦେଇଛନ୍ତି, ଏଇ ଭଳି ଯଦି ମୁଖ୍ୟ ଚିକିତ୍ସାଳୟ ରେ ହୁଏ ରୋଗୀ ଆସିବାପାଇଁ ନିଶ୍ଚିତ ଡରିବେ, ଏହି ଘଟଣା କୁ ନେଇ ଆଜି ବିଧାୟକ ରପେଶ କୁମାର ପାଣିଗ୍ରାହୀ, ଫୋନ୍ ଯୋଗେ ଚିକିତ୍ସ ଅଧିକାରୀ ଙ୍କୁ ପଚାରି ବୁଝିଥିଲେ, ଏଇ ଘଟଣା ବିଷୟ ନଜାଣିବା କଥା କୋହିଥିଲେ ଚିକିତ୍ସା ଅଧିକାରୀ , ଏକଥା ଶୁଣି ବିଧାୟକ ରୂପେଶ୍ ପାଣିଗ୍ରାହୀ ତାଗିଦ୍ କରିବା ସହ ୨୪ ଘଣ୍ଟା ଭିତରେ ଏହି ଘଟଣା ର ବିଷୟ ସଠିକ୍ ଖବର ଦେବା ପାଇଁ ଚିକିତ୍ସା ଅଧିକାରୀ ଙ୍କୁ ଜଣାଇଥିଲେ ।


