ରେମଣ୍ଡା ର ସମାଜସେବୀ ଜପେଶ୍ୱର ସାହୁ ଦେହାନ୍ତ ହୋଇଯାଇଛି।

ରେମଣ୍ଡା ର ସମାଜସେବୀ ଜପେଶ୍ୱର ସାହୁ ଦେହାନ୍ତ ହୋଇଯାଇଛି। ବରଗତ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ରେମଣ୍ଡା ଗ୍ରାମର ବିଶିଷ୍ଟ ସମାଜସେବୀ ଜପେଶ୍ୱର ସାହୁ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ବୁର୍ଲା ଓଏସଇବି ବିଭାଗ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଅବସର ପରେ ନିଜକୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଯାଇଛନ୍ତି। ସେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ଗାୟତ୍ରୀ ମନ୍ଦିର, ରଣେଶ୍ଵରୀ ରାମଚଣ୍ଡି ମନ୍ଦିର ପ୍ରତିଷ୍ଠା ପାଇଁ ସହଯୋଗ କରିଥିଲେ। ଅନ୍ୟ ମାନଙ୍କୁ ସମାଜସେବା କରିବା ପାଇଁ ଉତ୍ସାହିତ କରୁଥିଲେ। ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପାଠପଢିବା ପାଇଁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ଠାରେ ନିଜର ଅଂଗଦାନ ପାଇଁ ୩ବର୍ଷ ପୂର୍ବରୁ ଚୁକ୍ତିବଦ୍ଧ ହୋଇ ସ୍ଵାକ୍ଷର କରିଥିଲେ। ତାକଂର ୪ପୁଅ ଆନନ୍ଦ, ଭରତ, ତୁଳସୀ ପ୍ରସାଦ, ବାଳକୃଷ୍ଣ ଓ ତିନି ଝିଅ ମୃତ୍ଯୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ପରେ ଶୋକାକୂଳ ପରିବେଶ ମଧ୍ୟରେ ରେମଣ୍ଡା ଗ୍ରାମ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଅନ୍ତିମ ଯାତ୍ରା ସାମିଲ ହୋଇଥିଲେ। ପରେ ପୁତ୍ର ମାନେ ମରଶରୀର କୁ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା କୁ ନେଇ ହସ୍ତାନ୍ତର କରିଥିଲେ।