ରେମଣ୍ଡା ବଳଦେବଜୀଉଙ୍କ ପୂଝାରୀ ଅଧିକାରୀ ପୂଝରୀ କଂ ଦେହାନ୍ତ

ରେମଣ୍ଡା ବଳଦେବଜୀଉଙ୍କ ପୂଝାରୀ ଅଧିକାରୀ ପୂଝରୀ କଂ ଦେହାନ୍ତ

ରେମଣ୍ଡା ବଳଦେବଜୀଉଙ୍କ ପୂଝାରୀ ଅଧିକାରୀ ପୂଝରୀ କଂ ଦେହାନ୍ତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ର ବଳଦେବ ଜୀଉ ମନ୍ଦିର ପୂଜକ ସ୍ବର୍ଗତଃ ଅଧିକାରୀ ପୂଝରୀ କଂ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ସମୟରେ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

ଦୀର୍ଘଦିନ ର ଅସୁସ୍ଥତା ହୋଇ ନିଜ ଭଉଣୀ ଘରେ ଟାମ୍ପରସରା ଗ୍ରାମ ରେ ଚିକିତ୍ସିତ ଅବସ୍ଥାରେ ଗତ କାଲି ସନ୍ଧ୍ୟା ୬ଟାରେ ଦେହାନ୍ତ ହୋଇଯାଇଛି ।

ଏହି ସମୟରେ ତାଙ୍କ ନିକଟରେ ତାଙ୍କ ଭଣଜା, ଭଣଜୀ, ନାତି ନାତୁଣୀ ଉପସ୍ଥିତ ଥିଲେ। ରେମଣ୍ଡା ବ୍ରାହ୍ମଣ ସମାଜ ସଭାପତି, ସମ୍ପାଦକ, ପ୍ରତିନିଧି ସଭ୍ୟ ଓ ଟମ୍ପରସରା ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଶବାଧାରରେ ସାମିଲ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇ ପାର୍ଥିବ ଶରୀର କୁ ବିରାଟ ଶୋଭା ଯାତ୍ରା ରେ ସ୍ଵର୍ଗଦ୍ଵାର କୁ ନିଆଯାଇଥିଲା ।

ସ୍ବର୍ଗତଃ ପୂଝରୀ ଙ୍କ ଭଣଜା ଗଣେଷ ଧର ମୁଖାଗ୍ନି ଦେଇ ପାର୍ଥିବ ଶରୀର କୁ ଦାହ କରାଯାଇଥିଲା।