ରେମଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ର ଖରିଫ ଧାନ କ୍ରୟ ବିକ୍ରୟ ଉପରେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି।
ବରଗଡ – ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ପ୍ରାଥମିକ କୃଷି ସମବାୟ ସମିତି ମୁଖ୍ୟ କାର୍ଯ୍ୟାଳୟ ଠାରେ ଦିନ ୧୧ଘଣ୍ଟା ସମୟରେ ଚଳିତ ବର୍ଷ ଖରିଫ ୨୦୨୪-୨୫ ଧାନ ସଂଗ୍ରହ ପାଇଁ ସମିତି ସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସମବାୟ ସମିତି ସଂପାଦକ ଶ୍ରୀ ଆଲୋକ କୁମାର ବହିଦାର ସଭା ଉଦ୍ଦେଶ୍ଯ ସହିତ ସଭା ପରିଚାଳନା କରିଥିଲେ। ରେମଣ୍ଡା ସମବାୟ ସମିତି ର ସଭାପତି ଶ୍ରୀଯୁକ୍ତ ଶିବ ପ୍ରସାଦ ଖମାରୀ ଙ୍କ ଅଧ୍ୟକ୍ଷତା ରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଂଚ ଶ୍ରୀମାନ ଉଦ୍ଧବ ବାରିକ ଉପସ୍ଥିତ ରହି ଧାନ ଚାଷ ଏବଂ ଚାଷୀ ମାନଙ୍କ ସମସ୍ୟା ବିଷୟ ରେ ଅଭିଭାଷଣ ରଖିଥିଲେ।ଏହି ଅବସରରେ ସମିତି ସ୍ତରୀୟ ଧାନ କ୍ରୟ କମିଟି, ଖାଦ୍ୟ ଓ ଯୋଗାଣ ବିଭାଗ, ଓଡ଼ିଶା ସରକାର ଙ୍କ ପତ୍ର ସଂଖ୍ୟା – ୧୭୦୧୮ ତା:୫/୧୧/୨୦୨୪ ପଲିସି ଅନୁଯାଇ ସମିତି ସ୍ତରୀୟ ଧାନ କ୍ରୟ ର ସମସ୍ତ କାର୍ଯ୍ୟ ତଦାରଖ କରିବେ। ଏହି କମିଟି ରେ ମୋଟ ୨୦ ଜଣ ସଦସ୍ୟ ଅଛନ୍ତି। ଏହି ସମିତି କାର୍ଯ୍ୟ ପରିସର ମଧ୍ୟରେ ଥିବା ଗ୍ରାମ ପଞ୍ଚାୟତ ର ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ କୃଷି ଅଧିକାରୀ ସମେତ ୩ ଜଣ ଚାଷୀ ମାନେ ରହିଥାନ୍ତି।ଏହି ସଭା ରେ ଧାନ କ୍ରୟ ସମୟରେ ଚାଷୀ ମାନଙ୍କ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କ ରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା ଏହାର ଏକ ପ୍ରସ୍ତାବ ଉପରିସ୍ଥ ଅଧିକାରୀଙ୍କ ଗୋଚରାର୍ଥେ ଜଣାଇଗଲା। ପରିଶେଷରେ ସମିତି ର ଆବାହକ ଶ୍ରୀ ଆଲୋକ ବହିଦାର ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସମାପନ କରାଯାଇଥିଲା ।