ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୦୨୫/୨୬ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୦୨୫/୨୬ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୦୨/୨୬ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୨୦୨୫/୨୬ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ପରିଚୟ, ସ୍ଵାଗତ ସମ୍ବର୍ଦ୍ଧନା, ମଞ୍ଚ ପରିଚାଳନା କରିଥିଲେ, ଇଂରାଜୀ ଅଧ୍ୟାପକ ତଥା କବି ମୁନୀରାମ କୁମ୍ଭାର। ପ୍ରଥମେ ଅତିଥି ମାନକଂ ପକ୍ଷରୁ ବାଗଦେବୀ ସରସ୍ଵତୀ କଂ ପ୍ରତିଛବି ନିକଟରେ ଧୂପଦୀପ ସହିତ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିରେ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ମନୋହର ସାଂସ୍କୃତିକ ସଂସଦ ଭେଡେନ ର ସଭାପତି ତଥା ଚାଷୀ ନେତା ଉତ୍ପନ୍ନ କୁମାର ଭୋଇ। ମୁଖ୍ୟବକ୍ତା ଭାବେ ପଲ୍ଲୀଶ୍ରୀ ମହାବିଦ୍ୟାଳୟ ଚିଚିଣ୍ଡା ର ଅଧ୍ଯକ୍ଷ ରାମଚନ୍ଦ୍ର ସାହୁ ।ସମ୍ମାନିତ ଅତିଥି ଅତିଥି ଭାବେ କ୍ରାନ୍ତି ତଥା ବିପ୍ଳବୀ କବି ହରିଲାଲ ସାହୁ ଓ ହାସ୍ୟ ଓ ବ୍ୟଙ୍ଗ କବି ନକୁଳ ମେହେର ଯୋଗ ଦେଇଥିଲେ।

ଅତିଥି ମାନେ ମାଁ, ମାଟି ଓ ମାତୃଭାଷା ପ୍ରତି ସମର୍ପିତ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ଵାନ ଦେଇଥିଲେ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତା ରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ଟ୍ରଫି ସହ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ। ଶେଷରେ ଅଧ୍ୟାପକ ରମେଶ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଉତ୍ସବରେ ଉଚ୍ଚ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଯୋଗଦେଇ ପରିଚାଳନା ରେ ସହଯୋଗ କରିଥିଲେ।