ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଉଦଯାପିତ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ। ମାଷ୍ଟର ଟ୍ରେନର ମୋନାଲି କର୍ଣ୍ଣ ୮୧ଜଣ କୁଂ ଆତ୍ମ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରିଥିଲେ। ଏହାକୁ ବିଦ୍ୟାଳୟର ଖେଳ ଶିକ୍ଷକ ପରିଚାଳନା ସହଯୋଗ କରିଥିଲେ। ବିଦ୍ୟାଳୟର ଗଜାନନ ପଟେଲ, ଉମେଶ ଚନ୍ଦ୍ର ରାଉତିଆ, ଫଣୀନ୍ଦ୍ର ମିରିଗ, ଅର୍ଜୁନ ଦୋରା, ବିରଞ୍ଚି ମହାଣା, କଲ୍ପନା ଚାଂଦ, ପ୍ରେରଣା ଭୋଇ ସହଯୋଗ କରିଥିବା ବେଳେ ଛାତ୍ରୀ ମାନଙ୍କୁ ପ୍ରଣାମ ପତ୍ର ଦିଆଯାଇଥିଲା।
ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି।
