ରାୟଗଡ ର ଅଧୁଷ୍ଠାତ୍ରୀ ଦେଵି ମା’ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା ସମ୍ପନ୍ନ
ରାୟଗଡ଼ ( info media): ଗତ ମାର୍ଚ୍ଚ ମାସ ୨୯ ତାରିଖରୁ ଏପ୍ରିଲ ୨ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଚୈତ୍ର ପର୍ବ ଓ ଝାମୁଯାତ୍ରା ପାଳିତ ହୋଇଥୁଲା I ଆଜି ଏହି ଉତ୍ସବର ଶେଷ ଦିନରେ ଝାମୁ ଅଗ୍ନି ପୂଜା ପରେ ପୂଜକ ଅଗ୍ନିରେ ଚାଲିବା ଏବଂ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଶେଷ ହେବା ସହ ଚରୁ ବିତରଣ କରାଯାଇଥିଲା | ଗୁରୁବାର ଅପରାହ୍ନ ୩.୨୭ ମି.ଠାରୁ ଝାମୁଯାତ୍ରା ପାଇଁ ଅଗ୍ନି ସଂଯୋଗ କାର୍ଯ୍ୟକ୍ରମ ରହିଥିଲା। ସେହିପରି ରାତ୍ର ୮.୩୦ରୁ ରାତ୍ର ୧୦.୫୫ଟା ମଧ୍ୟରେ ପୂଜକଙ୍କ କଣ୍ଟା ଦୋଳି ଝୁଲଣ ଏବଂ ଅଗ୍ନି ଗମନାଗମନ ପାରମ୍ପରି ରିକ ରୀତି ନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା | ମନ୍ଦିରରେ ଆଜି ଭକ୍ତଙ୍କ ପ୍ରବଳ ଭିଡ ଦେଖୁବାକୁ ମିଳିଥିଲା। | ମାଁଙ୍କ ମନ୍ଦିରରେ ବେରୁକଙ୍କ ସମେତ ଅନ୍ୟ ପୂଜାରୀମାନେ ପୂଜକ ଚନ୍ଦ୍ରଶେଖର ବେରୁକ, ଲୁଲୁ ବେରୁକ, କେଦାର ନେ ମାଁଙ୍କ ପାରମ୍ପରିକ ପୂଜାବିଧୂକୁ ନେଇ ପୂଜାର୍ଚ୍ଚନା ବେଳେ ଗଂଜାମ ଜିଲ୍ଲାର କବିସୂର୍ଯ କବିସୂର୍ଯ୍ୟନଗରରୁ ଆସିଥିବା ପଣ୍ଡିତମାନେ ହୋମଯଜ୍ଞ ପୂଜାବିଧୂକୁ ରୀତିନୀତି ଅନୁଯାୟୀ ସମାପନ କରିଥିଲେ | ମନ୍ଦିର ଟ୍ରଷ୍ଟି ଅଧ୍ଯକ୍ଷ ରାଇସିଂ ବିଡିକା, ସଦସ୍ୟ ରାଧାକାନ୍ତ ଦଳେଇ, ଇପିଲି ସନ୍ୟାସି ରାଜୁ, ବି. ଶ୍ରୀନିବାସ ରାଓ, ପାଲକୋଣ୍ଡା ପ୍ରକାଶ ଙ୍କ ସମେତ ମନ୍ଦିର ଅକ୍ଷକ ଜାନକୀ ବଲ୍ଲଭ ମହାନ୍ତି, ହିସାବ ରକ୍ଷକ ଭେଙ୍କେଟେଶ୍ବର ରାଓ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ। ଆଜି ସଂଧ୍ୟାରେ ମାଁଙ୍କ ଘ ନଗର ପରିକ୍ରମା କରିଥିବା ବେଳେ ସକାଳେ ସର୍ଯ୍ୟପଜା ପରେ ଶାଳପୂଜା, ମୁଖ୍ୟ ଦେବୀଙ୍କ ଷୋଡଶ ଉପଚାର ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
