ରାୟଗଡ ବିଜେଡି ମହିଳା ସଭାନେତ୍ରୀ ତଥା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଅନୁସୟା ନିଯୁକ୍ତ
ରାୟଗଡ ( info media ) ରାୟଗଡ ଜ଼ିଲ୍ଲା ବିଜେଡି କୁ ମଜବୁତ କରିବା ନିମନ୍ତେ ବିଜେଡି ଜ଼ିଲ୍ଲା ସଭାପତି, ଜ଼ିଲ୍ଲା ୟୁବ ସଭାପତି ଓ ଛାତ୍ର ଜନତା ସଭାପତି ଙ୍କ ସହିତ 11 ଗୋଟି ବ୍ଲକ ଓ 2 ପୌର ପରିଷଦ ଓ 1 ଏନ ଏ ସି ସଭାପତି ଙ୍କ ନାମ ଘୋଷଣା କରିସାରିଥିଲେ l ଆଗାମୀ ପୌର ଓ ତ୍ରିସ୍ତରୀୟପଞ୍ଚାୟତ ନିର୍ବାଚନ କୁ ଆଖି ଆଗ ରେ ରଖି ରାୟଗଡ ଜ଼ିଲ୍ଲା ରେ କିପରି ଭାବେ ବିଜେଡି ମଜବୁତ ହେବ ସେଥିପାଇଁ ଜ଼ିଲ୍ଲା ସଭାପତି ଜଗନ୍ନାଥ ସାରକା ଓ ରାଜ୍ୟବିଜେଡି ସାଧାରଣ ସମ୍ପାଦକ ସୁଧୀର ଦାସ ଓ ଜ଼ିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପି ଗୌରୀଶଙ୍କ ସହିତ ଆଲୋଚନା କରି ରାୟଗଡ ଜ଼ିଲ୍ଲା ମହିଳା ସଭାନେତ୍ରୀ ଭାବେ ଅନୁସୟା ମାଝୀ ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି l ଏହି ପଦବୀ ନିମନ୍ତେ ବହୁ ପ୍ରାର୍ଥୀ ଆଶାୟୀ ଥିଲେ କିନ୍ତୁ ପୂର୍ବତନ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ଙ୍କୁ ନିଯୁକ୍ତ କରୁଥିବା ସୂଚନା ମିଳିଛି l ସୂଚନା ଯୋଗ୍ୟଯେ ଅନୁସୟା ବିଜେଡି ର ଆଗରୁ ଜ଼ିଲ୍ଲା ସଭାନେତ୍ରୀ ରହିଥିଲେ ବର୍ତ୍ତମାନ ମହିଳା ୱାକରସ କ୍ଳବ ର ସଭାପତି ଅଛନ୍ତି l ଜ଼ିଲ୍ଲା ଵିଜେଡି ସଭାପତି ଜଗନ୍ନାଥ ସାରକା ତାଙ୍କ ପ୍ରତିକ୍ରିୟା କହିଛନ୍ତି ଯେ ଜ଼ିଲ୍ଲା ମହିଳା ସଭାନେତ୍ରୀ ପଦବୀ ନିମନ୍ତେରାଜ୍ୟ ବିଜେଡି ସୁପ୍ରିମୋ ଙ୍କ ସହିତ ବହୁ ବିଚାର ବିମର୍ଶ ରାଜ୍ୟ ବିଜେଡି ନେତୃମଣ୍ଡଳୀ ଆଲୋଚନା କରି ଅନୁସୟା ମାଝୀ ଙ୍କ ନାମ ଘୋଷଣା କରିଛନ୍ତି ହେଲେ ମଧ୍ୟ୍ୟ ଅନ୍ୟ ମାନେ ଦଳ ପାଇଁ କାମ କରିବେ ଏଥିରେ ସନ୍ଦେହ ନାହିଁ ବୋଲି ସୁଧୀର ଦାସ କହିଛନ୍ତି l ବର୍ତମାନ ରାୟଗଡ ଜ଼ିଲ୍ଲା ବିଜେଡି ରେ ଆଉ ଅସନ୍ତୁଷ୍ଟ ଗୋଷ୍ଠି ନାହାନ୍ତି l ଭବିଷ୍ୟତ ରେ ଜ଼ିଲ୍ଲା ରେ ବିଜେଡି ମଜବୁତ ହେବ ବୋଲି କହିଛନ୍ତି ଜ଼ିଲ୍ଲା ସଭାପତି ସାରକା ସେ ପୁଣି କହିଛନ୍ତି ଯେ ଆଉ କୌଣସି ସ୍ୱାଭିମାନ ମଞ୍ଚ ବିଜେଡି କୁ ରୋକିପାରିବ ନାହିଁ lସୂଚନା ଯୋଗ୍ୟଯେ ଶ୍ରୀମତୀ ମାଝୀ ହେଉଛନ୍ତିପୂର୍ବତନ ବିଧାୟକ ସ୍ବର୍ଗତ ଅନନ୍ତରାମ ମାଝୀ ଙ୍କୁ ପୁତ୍ରୀ l ପିତା ଙ୍କ ରାସ୍ତା ଅନୁକରଣ କରି ଅନୁସୟା ରାଜନୀତି କୁ ଆସିଥିଲେ l
ରାୟଗଡ ବିଧାନସଭା ନିମନ୍ତେ ସେ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ପାଇଁ ପ୍ରବଳ ଦଦାବେଦାର ଥିଲେ କିନ୍ତୁ ଟିକେଟ ମିଳିବ ଆଶା କ୍ଷଣ ଥିବାରୁ ନବୀନ ପଟ୍ଟନାୟକ ଙ୍କ ସାଶନ ରେ ଅନୁପ୍ରାଣିତ ହୋଇ ପଦ୍ମପୁର ଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସୁପ୍ରିମୋ ଙ୍କ ଉପସ୍ଥିତ ରେ ବିଜେଡି ରେ ମିଶିଥିଲେ l ସେହି ଦିନ ଠାରୁ ବିଜେଡି ଦଳ ପାଇଁ କାମ କରିଆସୁଛନ୍ତି l ସେଥିପାଇଁ ଦଳ ତାଙ୍କୁ ରାୟଗଡ ସ୍ୱତନ୍ତ୍ର ଉନୟନ ପରିଷଦ ର ଅଧକ୍ଷା ଭାବେ ନିଯୁକ୍ତି କରିବା ସହିତ ଗତ ସାଧାରଣ ନିର୍ବାଚନ ରେ ରାୟଗଡ ର ବିଧାୟକ ପ୍ରାର୍ଥୀ ନିମନ୍ତେ ଟିକେଟ ପ୍ରଦାନ କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
