ରାୟଗଡ ପୋଲିସ ତରଫରୁ 91 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ.

ରାୟଗଡ ପୋଲିସ ତରଫରୁ 91 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ.

ରାୟଗଡ ପୋଲିସ ତରଫରୁ 91 ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ.

ରାୟଗଡ( info media) ଆଜି ରାୟଗଡ ପୋଲିସ 91 ତମ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି.ଚାନ୍ଦିଲି ସ୍ଥିତ ପୋଲିସ ରିଜେର୍ଭ ପଡିଆ ଠାରେ ସ୍ୱତନ୍ତ୍ର ରାୟଗଡ ପୋଲିସ ତରଫରୁ ପାଳିତ ପୋଲିସ ପ୍ରତିଷ୍ଠା ଦିବସ ରେ ଅନୁଷ୍ଠିତ ପେରେଡ ରେ ଆରକ୍ଷୀ ଅଧିକ୍ଷକ ସ୍ଵାଥୀ ଏସ କୁମାର ଅଭିବାଦନ ଗ୍ରହଣ କରି ଥିଲେ, ସେ କହିଥିଲେକି ପୋଲିସ ବିଭାଗ ର କର୍ମଚାରୀ ଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଆଜି ରାୟଗଡ ଜ଼ିଲ୍ଲା ମାଓବାଦୀ ଙ୍କ ଠାରୁ ମୁକ୍ତ ହୋଇପାରିଛି ବୋଲି l ପୋଲିସ ଜନସାଧାରଣ ଙ୍କ ବିଶ୍ୱାସ ଭାଜନ ହୋଇ କାମ କରିବାକୁ ନିଜ ବକ୍ତବ୍ୟ ରେକହିଥିଲେ ଓ ପରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରେରିତ ବାର୍ତ୍ତା ପାଠ କରିବା ସହିତ 10 ଜଣ ପୋଲିସ ଏସ ଆଇ ଓ ହାବିଲଦାର ଙ୍କ ଉଲେଖନୀୟ କାର୍ଯ୍ୟକାରୀ ନିମନ୍ତେ ତାଙ୍କୁ ସମ୍ମାନିତ କରାଯାଇ ପୁରସ୍କୃତ କରିଥିଲେl ଆଜିର ଏହି କାର୍ଯ୍ୟକ୍ରମ ରେ ରାୟଗଡ ଜ଼ିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ନିମତ୍ରିତ ଅତିଥି ଭାବେ ଯୋଗଦେଇଥିଲେ | ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ର ଆଇ ଆଇ ସି ଏସ ଡି ପି ଓ, ବିଭିନ୍ନ ଥାନାର ଆଇ ଆଇ ସି ଙ୍କ ସମତେ ର ସମସ୍ତ ଥାନା ର ଅଫିସର ଓ ସିପାହୀ ଙ୍କ ସହିତ ରାୟଗଡ ଏସ ଡି ପି ଓ ଗୌର ହାରି ସାହୁ ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ