ରାୟଗଡ ଜ଼ିଲ୍ଲା ର ବ୍ଲକ ସଭାପତି ନିଯୁକ୍ତି

ରାୟଗଡ ଜ଼ିଲ୍ଲା ର ବ୍ଲକ ସଭାପତି ନିଯୁକ୍ତି

ରାୟଗଡ ଜ଼ିଲ୍ଲା ର ବ୍ଲକ ସଭାପତି ନିଯୁକ୍ତି

ରାୟଗଡ(ଅମୁଲ୍ୟ ନିଶଙ୍କ ): ରାୟଗଡ ଜ଼ିଲ୍ଲା ବିଜେପି ର ମଣ୍ଡଳ ସଭାପତି ଙ୍କ ନିଯୁକ୍ତି ପରେ ଆଜି ରାୟଗଡ ଜ଼ିଲ୍ଲା କଂଗ୍ରେସ କମିଟି ତାହାର ବ୍ଲକ ସଭାପତି ଙ୍କୁ ନିଯୁକ୍ତି ଦେଇଛି l ଗତ ସାଧାରଣ ନିର୍ବାଚନ ରେ ରାୟଗଡ ଜ଼ିଲ୍ଲା ର ତିନିଗୋଟି ବିଧାନସଭା କୁ ନିଜ ଅକ୍ତିଆର ରେ କଂଗ୍ରେସ ନେବା ପରେ କଂଗ୍ରେସ କୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ କଂଗ୍ରେସ ଆଗେଇଆସିଛି l ରାଜ୍ୟ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଙ୍କ ଅନୁମୋଦନ କ୍ରମେ ରାୟଗଡ ଜ଼ିଲ୍ଲା କଂଗ୍ରେସ ସଭାପତି ତଥା ରାୟଗଡ ବିଧାୟକ ଆପାଳସ୍ୱାମି କାଡ୍ରକା ଆଜି ରାୟଗଡା ଜ଼ିଲ୍ଲା ର 11 ଗୋଟି ବ୍ଲକ ମଧ୍ୟରୁ କାଶୀପୁର ବ୍ୟତୀତ ଅନ୍ୟ 10 ଗୋଟି ବ୍ଲକ, ଦୁଇଟି ପୌର ପରିଷଦ ଓ ଗୋଟିଏ ବିଜ୍ଞାପିତ ପରିଷଦ ର ସଭାପତି ଙ୍କୁ ନିଯୁକ୍ତି ଦେଇଛନ୍ତି l

ଜ଼ିଲ୍ଲା କଂଗ୍ରେସ ସଭାପତି କାଡ୍ରକା ନିଜ ବକ୍ତବ୍ୟ ରେ କହିଛନ୍ତି ଜେ ଜ଼ିଲ୍ଲା ରେ କଂଗ୍ରେସ କୁ ସୁଦୃଢ କରିବା ସହିତ ଆଗାମୀ ପୌର ଓ ପଂଚାୟତ ରେ କିପରି କଂଗ୍ରେସ ବିଜୟ ହାସଲ କରିବ ସେଥିପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତି ଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ବୋଲି l ଗୁଡାରି ବ୍ଲକ ସଭାପତି ଭାବେ କୋତାପିଲି ରାମକ୍ରୀଷ୍ଣା, ଗୁଡାରି ଏନ ଏ ସି ର ରାମଚନ୍ଦ୍ର ନନ୍ଦ, କୋଲନରା ବ୍ଲକ ର ଡକ୍ଟର ଗୋବର୍ଦ୍ଧନ ରାଓ, ଚନ୍ଦ୍ରପୁର ବ୍ଲକ ର ହିରୁ ମାଝୀ କିମ୍ଵାକା, ରାମନାଗୁଡ଼ା ବ୍ଲକ ର ବାଞ୍ଛାନିଧି ବେହେରା, କେସିଂପୁର ବ୍ଲକ ର ନାଗେଶ୍ୱର ରାଓ, ବିଷମକଟକ ର କୃଷ୍ଣ ନାନାକା, ମ୍ୟନିଗୁଡା ର ନୀଳାମ୍ବର ବିଭାର, ପଦ୍ମପୁର ବ୍ଲକ ର ମାଝୀ ଶବର, ଗୁଣୁପୁର ବ୍ଲକ ର ରଂଜିତା ଗାଣ୍ଟା ଗୁଣୁପୁର ପୌର ପରିଷଦ ର ସୁଶାନ୍ତ କୁମାର ପାଢ଼ୀ,ରାୟଗଡ ବ୍ଲକ ର ଗାଡ଼ିଗ ବାଛେଲି ଓ ରାୟଗଡପୌର ପରିଷଦର ମନୋଜ ରଥ ଙ୍କୁ ନିଯୁକ୍ତି ଦେଇଛନ୍ତି l

ନବ ନିଯୁକ୍ତ ଗୁଡାରି ବ୍ଲକ ସଭାପତି ରାମକ୍ରୀଷ୍ଣା ନିଜ ପ୍ରତିକ୍ରିୟା ରେ କହିଛନ୍ତି ଜେ କଂଗ୍ରେସ ଦଳ ମୋ ଉପରେ ଯେଉଁ ବିଶ୍ୱାସ ଓ ଭରସା ନେଇ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ମୁପାଳନ କରି ଆଗାମୀ ପଂଚାୟତ ନିର୍ବାଚନ ରେ କଂଗ୍ରେସ କୁ ବିଜୟ କରିବି ବୋଲି କହିଥିଲେ l ଠିକ ସେହିପରି କୋଳନରା ବ୍ଲକ ସଭାପତି ରାଓ କହିଛନ୍ତି ମୁଁ କଂଗ୍ରେସ ରେ ଜନ୍ମ କରିଛି କଂଗ୍ରେସ ରେ ମାରିବି କଂଗ୍ରେସ ପାଇଁ କାମ କରିବି ନିଜର ସ୍ୱାର୍ଥ ପାଇଁ ଦଳ ଛାଡ଼ିବି ନାହିଁ ବୋଲି l ରାମନାଗୁଡ଼ା ସଭାପତି ବଞ୍ଚା କହିଛନ୍ତି କଂଗ୍ରେସ କୁ ଏକ ନମ୍ବର କରିବା ମୋର ଲକ୍ଷ୍ୟ ବୋଲି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ବକ ରିପୋର୍ଟ