ରାୟଗଡ ଜ଼ିଲ୍ଲା ବିଜେଡି ର ବ୍ଲକ ଓ ନଗର ସଭାପତି ନିଯୁକ୍ତି
ରାୟଗଡ( ଅମୁଲ୍ୟ ନିଶଙ୍କ ) :ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନ ରୁ ରାଜ୍ୟ ବିଜେଡି ର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ତାଙ୍କରି ପତ୍ର ସଂଖ୍ୟା 22/01/ଏସଵି /ବିଜେଡି/2026 ଟା 16.01.2026 ରେ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକ୍ ଓ ନଗର ସଭାପତି ମାନଙ୍କୁ ନିଯୁକ୍ତି ଦେଇଛନ୍ତି l
ରାମନାଗୁଡ଼ା ବ୍ଲକ ନିମନ୍ତେ ବାତ୍ରୀ ମାଣ୍ଡାଙ୍ଗୀ, ଗୁଣୁପୁର ବ୍ଲକ ନିମନ୍ତେ ସୋମେଶ୍ୱର ରାଓ, ଗୁଣୁପୁର ପୌର ପରିଷଦ ନିମନ୍ତେ ପୂର୍ଣ୍ଣଚନ୍ଦ୍ର ବାଉରୀ, ପଦ୍ମପୁର ବ୍ଲକ ପାଇଁ କରୁଣାକର ଶବର, ଚନ୍ଦ୍ରପୁର ବ୍ଲକ ପାଇଁ ମଙ୍ଗଳ ଦିବାକା, ଗୁଡାରି ବ୍ଲକ ନିମନ୍ତେ ବିଶ୍ୱନାଥ ଶବର, ଗୁଡାରି ଏନ ଇ ସି ନିମନ୍ତେ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ମୁନିଗୁଡା ବ୍ଲକ ନିମନ୍ତେ ରତ୍ନ ଲାଲ ଜୈନ, କୋଳନରା ବ୍ଲକ ରୁ ଲକ୍ଷ୍ମଣ ପେଦିଣ୍ଟି, ବିଷମକଟକ ବ୍ଲକ ରୁ ଜୟରାମ ହିକକା, କଲ୍ୟାଣସିଂପୁର ବ୍ଲକ ରୁ ସୁନ୍ଦର ରାଓ ବାଘ, ରାୟଗଡ ବ୍ଲକ ରୁ ପ୍ରତାପ ପେଦି ଣ୍ଟି, ରାୟଗଡ ପୌର ପରିଷଦ ରୁ ବନ୍ଦାରଙ୍ଗୀ ବିଜୟ ପ୍ରଦ୍ଧା ସାରାଧୀ ପଟ୍ଟନାୟକ ଓ କାଶୀପୁର ବ୍ଲକ ରୁ ରତିକାନ୍ତ ନାୟକ ଙ୍କୁ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି l
ଏହି ସଭାପତି ମାନଙ୍କ ନିଯୁକ୍ତି ଘୋଷଣା ପରେ ରାୟଗଡ ବିଜେଡି ପକ୍ଷରୁ ସାମାଜିକ ଗଣ ମାଧ୍ୟମରେ ଉତ୍ସାହ ର ସହିତ ଆଗାମୀ ଦିନ ରେ ଭିଜେଡି ମଜବୁତ ହେବ ବୋଲି ପୋଷ୍ଟ ମାନ କରିବାର ଦେଖିବାକୁ ମିଳିବା ସହିତ ବିଜେଡି କର୍ମୀ ଙ୍କ ମଧ୍ୟ୍ୟ ରେ ମନବଳ ବୃଦ୍ଧି ପାଇଛି ସଂଗଠନ ନିମନ୍ତେ l
ନବ ନିଯୁକ୍ତ ସଭାପତି ମାନେ ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା ଓ ବରିଷ୍ଠ ବିଜେଡି ରାୟଗଡ ଜ଼ିଲ୍ଲା ସଂଗଠକ ସୁଧୀର ଦାସ ଙ୍କ ବଳିଷ୍ଠ ନେତୃତ୍ୱ ରେ ବିଜେଡି ଆଗାମୀ ଦିନ ରେ ଜ଼ିଲ୍ଲା ରେ ମଜବୁତ ହେବ ଏଥିରେ କୌଣସି ସନ୍ଦେହ ନାହିଁ କୌଣସି ରାଜନୈତିକ ଦଳ କି ବିଜୁ ସ୍ୱାଭିମାନ ମଞ୍ଚ ଜ଼ିଲ୍ଲା ରେ ଭିଜେଡି ର କିଛି କରିପାରିବ ନାହିଁ ବୋଲି ବିଜେଡି କର୍ମୀ ମାନେ ଆଲୋଚନା କରୁଥିବା ର ଶୁଣିବାକୁ ମିଳୁଛି l
ରାଜ୍ୟ ବିଜେଡି ର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ନବ ନିଯୁକ୍ତ ସଭାପତି ମାନେ ଓ ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ୍ କରିବା ଦିଗରେ ଆପଣ ମାନଙ୍କ ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆମର ଆଶା ଓ ବିଶ୍ବାସ ବଲି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
