ରାୟଗଡ ଜ଼ିଲ୍ଲା ବିଜେଡି ପକ୍ଷରୁ ଉତ୍କଳ ଦିବସ ପାଳିତ
ରାୟଗଡ( info media) ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୯୦ ବର୍ଷ ପୂର୍ତ୍ତି ଉପଲକ୍ଷେ, ବିଜୁ ଜନତା ଦଳ ରାୟଗଡ ପକ୍ଷରୁ ଅତିଆଡମ୍ବର ଓ ଗୌରବମୟ ଭାବରେ ଏହି ଦିନଟି ପାଳନ କରାଯାଇଥିଲା।ଏହି ପରିପ୍ରେକ୍ଷିତରେ ପ୍ରଥମେ ରାୟଗଡ଼ା ବସ୍ ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପବିତ୍ର ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତିଚାରଣ କରାଯାଇଥିଲା। ପରେ ପରେ ସହର ଅବସ୍ଥିତ ସହିଦ ଲକ୍ଷ୍ମଣ ନାୟକ, ବସ୍ ଷ୍ଟାଣ୍ଡ ସ୍ଥିତ ଆମ୍ବେଦକର, ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀ, ରଣିଗୁଡ଼ାରେ ସୁବାସ ଚନ୍ଦ୍ର ବୋଷ ଏବଂ ଗଜପତି ଚକ୍ରେ ଗଜପତି ମହାରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସମସ୍ତ ମହାନ ବ୍ୟକ୍ତିତ୍ୱଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲା। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ଯେଉଁମାନଙ୍କ ଅବଦାନ ରହିଛି ସେମାନଂକୁ ମାନେ ପକାଇଥିଲେ l
ଏହି ପବିତ୍ର କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଜଗନ୍ନାଥ ଶାରକା , ପୋନ୍ତୁରୁ ମାନିରାତନମ,ବିଜେଡି ବିଧାୟକ ପ୍ରାର୍ଥୀନୀ ଶ୍ରୀମତୀ ତଥା ରାୟଗଡ ଜ଼ିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁସୟା ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା କୁମାରୀ ସରସ୍ୱତୀ ମାଝି, ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଶ୍ରୀ ଯୁକ୍ତ ପି ଗୌରୀ ଶଙ୍କର ରାଓ, ରାୟଗଡ଼ା ବାର ଆସୋସିଏସନ୍ ସଭାପତି ଶ୍ରୀ ଯୁକ୍ତ ବ୍ରଜ ସୁନ୍ଦର ନାୟକ , କୋଲନରା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ତଥା ରାୟଗଡ ବିଜେଡି ଉପ ସଭାପତି ଶ୍ରୀ ଯୁକ୍ତ ଧବଳେଶ୍ୱର ନାଇଡ଼ୁ , ଛାତ୍ର ବିଜେଡିର ଜିଲ୍ଲା ସଭାପତି ଶ୍ରୀ ଯୁକ୍ତ ଉଦୟ କୁମାର ହିମିରିକା , ରାୟଗଡ଼ା ସହର ନଗର ସଭାପତି ସାରଥି ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
