ରାୟଗଡ ଜ଼ିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ ଜ଼ିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ ଜ଼ିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ

ରାୟଗଡ(info media)ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଯାର୍ପା ଗ୍ରାମ ଆମ୍ବ ତୋଟା ଠାରେ ବିଜେଡ଼ି ବ୍ଲକ ସଭାପତି ମଙ୍ଗଳା ଦିବାକାଙ୍କ ଆହ୍ବାନ କ୍ରମେ ଆଠଟି ପଞ୍ଚାୟତରୁ ଆସିଥିବା ସଭାପତି ଓ କର୍ମୀ ମାନଙ୍କର ଆଜି ବିଜେଡି ଦଳ ପକ୍ଷରୁ ଏକ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ଜଗନ୍ନାଥ ସାରକା ରାଜ୍ୟ ସାଧାରଣ ସମ୍ପାଦକ ସୁଧୀର କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ପତି ମାଝୀ, ପୂର୍ବତ ବିଧାୟକ ରଘୁନାଥ ଗମାଙ୍ଗ,ଜିଲ୍ଲା ସଭାନେତ୍ରୀ ଅନୁଛାୟା ମାଝୀ , ମହିଳା ସମ୍ପାଦିକା ସୁଭ୍ରା ପଣ୍ଡା, ସୁଜାତା ସାହୁକାର, ଜିଲ୍ଲାପରିଷଦ ସଭ୍ୟ ସୁଜିତ କୁମାର ବ୍ରେଡେକା,ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷ କୋଇନ କିମ୍ୱାକା, ପୂର୍ବତ ବ୍ଲକ ସଭାପତି ପ୍ରମୋଦ ସାହୁକାର, ଚିତ ନାଲା, ଦାନୁମାଝୀ କୁମୁରୁକା,ପଞ୍ଚାଯତରୁ ଆସିଥିବା ପଞ୍ଚାୟତ ସଭାପତି ଲକ୍ଷଣ ପାଡ଼ାଲୁ, ରତ୍ନାକର ବ୍ରେକବେଡା, ତ୍ରିନାଥ ମୁଣ୍ଡିକା, ସନ୍ୟାସୀ ଦିବାକା, ପ୍ରସାନ୍ତ ଗଗେରେ ଙ୍ଗା, ରୁଦ୍ର ଟାଂଗରଙ୍ଗା, ବେହେରା ଗୋଗେରେଙ୍ଗା, ଡାନିଏଲ ମାଝୀ ଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି ଦେବା ସହ ମଣ୍ଡିରେ ବ୍ୟାପକ ପରିମାଣରେ କଟନିଛଟନି ହେଉଥିବା, ବସ୍ତା ଚାଷୀମାନଙ୍କୁ ଦେଉନଥିବା ଚାଷୀ ଶୋଷଣର ଶିକାର ହେଉଥିବା, ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଗିଡି ଥିବା, ନାରୀ ନିର୍ଯାତନା ବୃଦ୍ଧି ପାଇବା, ସରକାର ଦେଇଥିବା ପ୍ରତିଶୃତି ପୂରଣ ନହେବା ନେଇ ଆଲୋଚନା କରାଯାଉଥିଲା । ପରେ ଚନ୍ଦ୍ରପୁର ବ୍ଲକକୁ ଯାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସମ୍ୟକାନ୍ତ ବଙ୍ଗାଲଙ୍କୁ ଦୋଳ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ