ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ 2026 ନିମନ୍ତେ ଭୂମି ପୂଜନ ଓ ଶୁଭଖୁଣ୍ଟି ସ୍ଥାପିତ

ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ 2026 ନିମନ୍ତେ ଭୂମି ପୂଜନ ଓ ଶୁଭଖୁଣ୍ଟି ସ୍ଥାପିତ

ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ 2026 ନିମନ୍ତେ ଭୂମି ପୂଜନ ଓ ଶୁଭଖୁଣ୍ଟି ସ୍ଥାପିତ

ରାୟଗଡ(Info Media) ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ କମିଟି ପକ୍ଷରୁ ଚଳିତ ମାସ 19 ଓ 20 ତାରିଖ ଦୁଇଦିନ ଧରିଅନୁଷ୍ଠିତ ହେବାକୁ ଥିବା ତେଲୁଗୁନୂତନ ବର୍ଷ ତଥା ଉଗାଦି 2026 ନିମନ୍ତେ 01.03.2026 ସଖାଳ ବ୍ରହ୍ମମୁହୂର୍ତ୍ତ ସମୟ 11.30 ଘଂଟିକା ସମୟରେ ରାୟଗଡ ସହର ନିକଟସ୍ଥ 326 ଜାତୀୟ ରାଜପଥ କଡ଼ ଖାଲିଗୁଡା ନିକଟ ପଡିଆ ଠାରେ ଭୂମିପୂଜନ ଓ ଶୁଭଖୁଣ୍ଟିସ୍ଥାପିତ ହୋଇଯାଇଛି lଏହି ଭୂମିପୂଜନ କାର୍ଯ୍ୟକ୍ରମ ରେ ଉଗାଦି ଉତ୍ସବ କମିଟି ସଭାପତି ୟାଲା କୋଣ୍ଡା ବାବୁ, କୋତାପେଟା ଉନୟନ କମିଟି ସଭାପତି ଲକ୍ଷ୍ମଣ ରାଓ ଓ ରାୟଗଡ ମିଲ ମାଲିକ ସଙ୍ଘ ସଭାପତି କାଶୀନାଇଡ଼ୁ କର୍ତା ଭାବେ ପୂଜା ରେ ବସିଥିଲି l ବୈଦିକ ରୀତି ନୀତି ଅନୁଯାଇ ପୂଜକ ଙ୍କ ଦ୍ୱାରା ପୂଜାଅର୍ଚନା କରି ଠିକ 11.30 ମିନିଟ ସମୟରେ ରେ ଶୁଭଖୁଣ୍ଟି ସ୍ଥାପିତ ହୋଇଥିଲା l ଏଥିପାଇଁ ଗତ କାଲି 28ତାରିଖ ରେ ୟାଲା କୋଣ୍ଡା ବାବୁ ଙ୍କ ସଭାପତିତ୍ବ ରେ ଭୂମିପୂଜନ ନିମନ୍ତେ ଏକ ବୈଠକ ରେ ମଞ୍ଚରେ ୟାଲ୍ଲା ଭେଙ୍କଟେଶ୍ୱର ରାଓ କୋଣ୍ଡା ବାବୁ (ପ୍ରେସିଡେଣ୍ଟ ),ବୀରା ବାବୁ (କଂବିନର ),ଆର .କାଶୀ ନାଇଡ଼ୁ ଜ଼ିଲ୍ଲା ମିଲ ମାଲିକ ସଙ୍ଘ ସଭାପତି,ଦୁଡ଼ଲା ଲକ୍ଷ୍ମଣ ରାଓ,କିନ୍ତାଳୀ ଆମରନାଥ, ଉମା,ସୀରା ରାବଣ,ପେଦିନା ଲଖ୍ମଣ ମୁରଥି (ଚେମ୍ମା ),ମୁଚି ରାବଣା ମଞ୍ଚାସିନ ଥିଲେ l ବୈଠକ ର ନିଷ୍ପତି ଅନୁଯାଇ ଆଜିର ଏହି ଭୂମିପୂଜନ କାର୍ଯ୍ୟକ୍ରମ ରେ ତେଲୁଗୁ ସମ୍ପ୍ରଦାୟ ର ବିଭିନ୍ନ ସଂଗଠନ ର କର୍ମକର୍ତା, ବିଭିନ୍ନ ମହିଳା ଅନୁଷ୍ଠାନ ର ସଦସ୍ୟ, ସହର ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ଙ୍କ ବହୁ ଓଡ଼ିଆ ଓ ଆଦିବାସୀ ସମାଜ ର ପ୍ରାୟ 400 ରୁ ଉର୍ଦ୍ଧ ବ୍ୟକ୍ତି ଭାଗ ନେଇଥିଲେ l ଗତ ଦୁଇ ବର୍ଷ ଧରି ରାୟଗଡ ଜ଼ିଲ୍ଲା ଉଗାଦି ଉତ୍ସବ କମିଟି ପକ୍ଷରୁ ଅତି ଆଡମ୍ବର ସହକାରେ ଏହି ଉତ୍ସବ ପାଳନ ଏହି ଖାଲିଗୁଡ଼ ଠାରେ ପାଳନ ହେଉଛି l ଲାଗତର ତୃତୀୟ ବର୍ଷ ହେଟ୍ରିକ ନିମନ୍ତେ ଏହି ଖାଲିଗୁଡା ପଡିଆ ଠାରେ ଉଗାଦି ଉତ୍ସବ 2026 ଅନୁଷ୍ଠିତ ହେବାକୁ ଯାଉଛି l ଚଳିତ ବର୍ଷ ଏହି ଉତ୍ସବ କୁ ଏକ ଭିନ୍ନ ରୂପ ଓ ନୁଆଁ ଢଙ୍ଗ ରେ କରିବା ନିମନ୍ତେ ଜ଼ିଲ୍ଲା ର ତେଲୁଗୁ ସମ୍ପ୍ରଦାୟ ଙ୍କ ନୂତନ ବର୍ଷ ଓ ଉଗାଦି ଉତ୍ସବ 2026 ପାଳନ କରାଯିବ ବୋଲି କୋଣ୍ଡା ବାବୁ କହିଛନ୍ତି l ପୁଣି କୋଣ୍ଡା ବାବୁ କହୁଛନ୍ତି ଯେ ଚଳିତ ବର୍ଷ ଚତୁର୍ଥ ଥର ଓ ଏହି ଖାଲିଗୁଡା ଠାରେ ଲାଗତର ତୃତୀୟ ବର୍ଷ ହେଟ୍ରିକ ବର୍ଷ ଭାବେ ଉଗାଦି ଉତ୍ସବ 2026 ପାଳନ କରାଯିବ l ପ୍ରଥମ ଦିନ 19 ତାରିଖରେ ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ମନ୍ଦିରରେ ପୂଜା ଅର୍ଚନା କରି ଏକ କଳସ ଯାତ୍ରା ବାହାରି ଉଗାଦି ଉତ୍ସବ ପଡିଆ ଠାରେ ପହଂଚିବ l

ପ୍ରଥମ ଡି ସ୍ଥାନୀୟ ବିଧାୟକ ଓ ଅନ୍ୟ ଏକ ମନ୍ତ୍ରୀ ଉଦଘାଟନ କାର୍ଯ୍ୟକ୍ରମ ରେ ଯୋଗଦେବେ ଓ ଦ୍ୱତୀୟ ଦିନ ଓଡିଶା ବିଜେପି ର ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ବୋଲି କହିଥିଲେ l ଏହି ବର୍ଷ ର ଉଗାଦି ଉତ୍ସବ କୁ ଜ଼ିଲ୍ଲା ତଥା ଦକ୍ଷିଣ ଓଡିଶା ରେ ଏକ ନମ୍ବର ହେବ ବୋଲି କୋଣ୍ଡା ବାବୁ କହିଥିଲେ l ମୁଁ କୌଣସି ବ୍ୟାପାର ଉଦେଶ୍ୟ ରଖି କାହାରି ପରି ଉଗାଦି ଉତ୍ସବ ନା ରେ ଟଙ୍କା ଆଦାୟ କିମ୍ବା ସ୍ୱାର୍ଥ ପାଇଁ ଉଗାଦି ଉତ୍ସବ ପାଳନ କରୁନାହିଁ ବୋଲି କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ର ଟୁଟୁ ଦାସ, ପି ମଣିରତ୍ନମ, କୋଣ୍ଡା ବାତୁଲୁ ଶ୍ରୀନିବାସ, ହସମୁଖ ହାକୁ ଭାଇ,କୋତାପେଟା ର ପୂର୍ବତନ ସରପଞ୍ଚ ପ୍ରସାଦ ହିକକା, ସାଇପ୍ରସାଦ,ଇପିଲି ଧବଳେଶ୍ୱର ନାଇଡ଼ୁ, ଏନ ଆଦିନାରାୟଣ, ବୁରୁଡି ଲକ୍ଷ୍ମୀ, ପୌର ପରିଷଦ କାଉନସିଲେର ଵାଣିଶ୍ରୀ,ଙ୍କ ସହିତ ଅନ୍ୟ ମାନେ ଯୋଗ ଦେଇ ଏହି ଭୂମିପୂଜନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ