ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ 2026 ଭୂମି ପୂଜନ ନିମନ୍ତେ ବୈଠକ ଅନୁଷ୍ଠିତ
ରାୟଗଡ(info Media) ରାୟଗଡ ଜ଼ିଲ୍ଲା ଉତ୍କଳ ସାମକ୍ଷ୍ୟ ଉଗାଦି ଉତ୍ସବଲୁ କମିଟି ପକ୍ଷରୁ ଭୂମିପୂଜନ ନିମ୍ନ ଏକ ବୈଠକ ତା 28/02/2026ରିଖ ସନ୍ଧ୍ୟା 6 ଘଂଟିକା ସମୟରେ ଉଗାଦି ଉତ୍ସବ 2026 ପାଳନ ନିମନ୍ତେ ଭୂମି ପୂଜନ ପାଇଁ ଏକ ବୈଠକ ସ୍ଥାନୀୟ ରିଙ୍ଗ ରୋଡ ଠାରେ ଉଗାଦି ଉତ୍ସବ ପାଳନ କମିଟି ର ଆସ୍ଥାୟୀ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି l କମିଟି ପକ୍ଷରୁ ଆୟୋଜିତ ଏହି ବୈଠକ ରେ ୟାଲା କୋଣ୍ଡା ବାବୁ ସଭାପତିତ୍ବ କରିଥିବା ବେଳେ ମଞ୍ଚରେ ୟାଲ୍ଲା ଭେଙ୍କଟେଶ୍ୱର ରାଓ କୋଣ୍ଡା ବାବୁ (ପ୍ରେସିଡେଣ୍ଟ ),ବୀରା ବାବୁ (କଂବିନର ),ଆର .କାଶୀ ନାଇଡ଼ୁ ଜ଼ିଲ୍ଲା ମିଲ ମାଲିକ ସଙ୍ଘ ସଭାପତି,ଦୁଡ଼ଲା ଲକ୍ଷ୍ମଣ ରାଓ,କିନ୍ତାଳୀ ଆମରନାଥ, ଉମା,ସୀରା ରାବଣ,ପେଦିନା ଲଖ୍ମଣ ମୁରଥି (ଚେମ୍ମା ),ମୁଚି ରାବଣା ମଞ୍ଚାସିନ ଥିଲେ l ଆଜିର ଏହି ବୈଠକ ରେ ତେଲୁଗୁ ସମ୍ପ୍ରଦାୟ ର ବିଭିନ୍ନ ସଂଗଠନ ର କର୍ମକର୍ତା, ବିଭିନ୍ନ ମହିଳା ଅନୁଷ୍ଠାନ ର ସଦସ୍ୟ, ସହର ର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ଙ୍କ ବହୁ ଓଡ଼ିଆ ଓ ଆଦିବାସୀ ସମାଜ ର ପ୍ରାୟ 150 ରୁ ଉର୍ଦ୍ଧ କର୍ମକର୍ତା ଭାଗ ନେଇଥିଲେ l ଗତ ତିନି ବର୍ଷ ଧରି ରାୟଗଡ ଜ଼ିଲ୍ଲା ଉଗାଦି ଉତ୍ସବ କମିଟି ପକ୍ଷରୁ ଅତି ଆଡମ୍ବର ସହକାରେ ଏହି ଉତ୍ସବ ପାଳନ ହେଉଛି l ରାୟଗଡ ସହର ଜାତୀୟ ରାଜପଥ 326 କଡ଼ ଖାଲିଗୁଡା ଠାରେ ତା 01.03.2026ରିଖ ଦିନ 11.30 ସମୟରେ ଭୂମିପୂଜନ ଅନୁଷ୍ଠିତ ହେବ ସ୍ଥିର ହୋଇଛି l ଲାଗତର ତୃତୀୟ ବର୍ଷ ଏହି ଖାଲିଗୁଡା ପଡିଆ ଠାରେ ଉଗାଦି ଉତ୍ସବ 2026 ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା l ଚଳିତ ବର୍ଷ ଏହି ଉତ୍ସବ କୁ ଭିନ୍ନ ରୂପ ଓ ନୁଆଁ ଢଙ୍ଗ ରେ କରିବା ନିମନ୍ତେ ଜ଼ିଲ୍ଲା ର ତେଲୁଗୁ ସମ୍ପ୍ରଦାୟ ଓ ଓଡ଼ିଆ ସମ୍ପ୍ରଦାୟ ର ସମସ୍ତେ ସଂଗଠନ ର କର୍ମକର୍ତା ଓ ଜନସାଧାରଣ ମତ ରଖିଥିଲେ lଉଗାଦି ଉତ୍ସବ 2026 ପାଳନ ନିମନ୍ତେ ପ୍ରଥମ ପ୍ରସ୍ଥିତି ବୈଠକ ରେ ଯୋଗଦେବା ପାଇଁ ବହୁ ଆଗ୍ରହ ର ସହିତ ଜନସାଧାରଣ ଭାଗ ନେଇଥିଲେ l
ଏହି ବର୍ଷ କିପରି ଭାବେ ଉତ୍ସବ ପାଳନ କରାଯିବ ଏହି ବୈଠକ ରେ ସେମାନେ ସେମାନଙ୍କ ର ସୁଚିନ୍ତିତ ମତାମତ ଦେଇଥିବା ରୁ କୋଣ୍ଡା ବାବୁ ସମସ୍ତ ଉପସ୍ଥିତ ଜନସାଧାରଣ ଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ବର୍ଷ ଜ଼ିଲ୍ଲା ର ସମସ୍ତ ବର୍ଗ ର ଜନସାଧାରଣ ଦଳମତନିର୍ବିଶେଷରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବ ସେଥିପାଇଁ ଜ଼ିଲ୍ଲା ର ସମସ୍ତ ତେଲୁଗୁ, ଓଡ଼ିଆ, ଆଦିବାସୀ ସମାଜ ର ସମସ୍ତ ଙ୍କ ସହଯୋଗ କାମନା କରିଥିଲେ l ସଂସ୍କୃତିକ କାର୍ଯ୍ୟକ୍ରମ ନିମନ୍ତେ କେଉଁ କଳାକାର ଡକାଯିବ, ଉଦଘାଟନ ଦିନ ମୁଖ୍ୟଅତିଥି କିଏ ହେବ, କଳସ ଯାତ୍ରା କିପରି ହେବ ସୁରକ୍ଷା ବ୍ୟବସ୍ଥା କିପରି ହେବ ଓ ଭୂମିପୂଜନ କିମିତି ହେବ ସେଥିପାଇଁ ଅନ୍ୟ ବୈଠକ ରେ ସ୍ଥିର କରାଯିବ ବୋଲି କୋଣ୍ଡା ବାବୁ କହିଛନ୍ତି l ଏହି ବର୍ଷ ର ଉଗାଦି ଉତ୍ସବ ଜ଼ିଲ୍ଲା ତଥା ଦକ୍ଷିଣ ଓଡିଶା ରେ ଏକ ନମ୍ବର ହେବ ବୋଲି କୋଣ୍ଡା ବାବୁ କହିଥିଲେ l ଆଜିର ଏହି କାର୍ଯ୍ୟକ୍ରମ ରେ ପି ମଣିରତ୍ନମ, କୋଣ୍ଡା ବାତୁଲୁ ଶ୍ରୀନିବାସ, ହସମୁଖ ହାକୁ ଭାଇ, ଇପିଲି ଧବଳେଶ୍ୱର ନାଇଡ଼ୁ, ଏନ ଆଦିନାରାୟଣ, ଙ୍କ ସହିତ ଅନ୍ୟ ମାନେ ପରିଚାଳନା କରିଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
