ରାୟଗଡ ଓକିଲ ସଙ୍ଘ ର ସଭାପତି ନିର୍ବାଚିତ ହେଲେ ବ୍ରଜ

ରାୟଗଡ ଓକିଲ ସଙ୍ଘ ର ସଭାପତି ନିର୍ବାଚିତ ହେଲେ ବ୍ରଜ

ରାୟଗଡ ଓକିଲ ସଙ୍ଘ ର ସଭାପତି ନିର୍ବାଚିତ ହେଲେ ବ୍ରଜ

ରାୟଗଡ଼ (info media) : ଆଜି ୨୮ ତାରିଖରେ ରାୟଗଡା ବାର ଆସୋସିଏସନ ସଭାପତି ପଦବୀ ପାଇଁ ନିର୍ବାଚନ ହୋଇଯାଇଛି l ସଭାପତି ପଦବୀ ପାଇଁ ବ୍ରଜ ସୁନ୍ଦର ନାୟକ ଓ ବିରୋଜା ପାତ୍ର ଙ୍କ ମଧ୍ୟ୍ୟ ରେ ନିର୍ବାଚନ ମୈଦାନ ରେ କଡା ଟକର ହୋଇଥିବା ର ଦେଖିବା କୁ ମିଲଥିଲା l ଆଜିର ନିର୍ବାଚନ ରେ ନିର୍ବାଚନ କୁ ନିର୍ବାଚନ ଅଧିକାରୀ ଭାବେ ଉମା ମିଶ୍ର ଓ ଅତିରିକ୍ତ ନିର୍ବାଚନ ଅଧିକାରୀ ଭାବେ ୱାଇ ଶ୍ରୀହରି, ରଜତ ରଂଜନ ଖଟୁଆ ଓ ସୋନୁ ପ୍ରଧାନ ପରିଚାଳନା କରିଥିଲେ lଆଜିର ଏହି ନିର୍ବାଚନ ରେ 201 ଜଣ ଓକିଲ ଭୋଟ ଦେବାର ଥିବା ବେଳେ 195 ଜଣ ଓକିଲ ଭୋଟ ଦେଇଥିଲେ l ସେଥିମଧ୍ୟରୁ ବ୍ରଜ ସୁନ୍ଦର ନାୟକ 105 ଖଣ୍ଡ ଭୋଟ ପାଇଥିବା ବେଳେ ବିରୋଜା ପାତ୍ର 86 ଖଣ୍ଡ ପାଇଁ ଥିଲେ 4 ଖଣ୍ଡ ଭୋଟ ନାକଚ ହୋଇଯାଇଛି l ବ୍ରଜ ସୁନ୍ଦର ନାୟକ ସଭାପତି ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଉମା ମିଶ୍ର ଘୋଷଣା କରିଥିଲେ l ସୂଚନା ଯୋଗ୍ୟ ଜେ ଏହି ବର୍ଷ ରାୟଗଡ ଓକିଲ ସଙ୍ଘ ର ନିର୍ବାଚନରେ ସାଧାରଣ ସଂପାଦକ ଭାବେ ରମେଶ ମେଶ ଚନ୍ଦ୍ର ପାଢୀ, ଉପ-ସଭାପତି ଭାବେ ସୁଶାନ୍ତ କୁମାର ଖୋସଲା, କୋଷାଧ୍ୟକ୍ଷ ଭାବେ ବିସ୍ମୟ ପଟନାୟକ ଏବଂ ସ‌ହ-ସଂପାଦକ ଭାବେ ଶୁଭକାନ୍ତ ବେହେରା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି I

କିନ୍ତୁ ସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥି ପୂର୍ବରୁ ବରିଷ୍ଠ ଓକିଲ ବ୍ରଜ ସୁନ୍ଦର ନାୟକ, ଓକିଲ ସଂଘର ର ସଭାପତି ଭାବେ ତିନି ଥର ଦାୟିତ୍ବ ତୁଲାଇଥିବା ବେଳେ ଆଇନଜୀବୀ ବିରଜା ପାତ୍ର ମଧ୍ଯ ସଭାପତି ପଦ ଥରେ ଦାୟିତ୍ବ ତୁଲାଇଥିଲେ l ଗତ ବର୍ଷ ମଧ୍ୟ୍ୟ ବୀରଜା ପାତ୍ର ସଭାପତି ପଦ ପାଇଁ ନିର୍ବାଚନ ଲଢ଼ି ଥିଲେ ଓ ଦେବୀ ପଟ୍ଟନାୟକ ଙ୍କ ଠାରୁ ପରାସ୍ତ ହୋଇଥିଲେ l ସଭାପତି ନିର୍ବାଚିତ ପରେ ବ୍ରଜ ସୁନ୍ଦର ନାୟକ ଏହା ମୋର ବିଜୟ ନୁହେ ଅମ ସମସ୍ତ ଓକିଲ ଙ୍କ ବିଜୟ ଓକିଲ ସଙ୍ଘ ର ବିଭିନ୍ନ ଅଭାବ ଅସୁବିଧା ରହିଛି ତାହା କିପରି ହାସl ହେବ କାମ କରିବି ବୋଲି କହିବା ସହିତ ସମସ୍ତ ଓକିଲ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ବରିଷ୍ଠ ଆଇନଜୀବୀ ଟୁଟୁଦାସ, ଜଗନ୍ନାଥ ଦୋରା, ଦେବାଶିଷ ଖାଡ଼ଙ୍ଗା, ବିନାୟକ କର, ଙ୍କ ସମତେ ବହୁ ଆଇନଜୀବୀ ସଭାପତି ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ