ରାୟଗଡା ଜିଲ୍ଲା ବିଜେପିର ନୂତନ ପଦାଧିକାରୀ ଘୋଷଣା

ରାୟଗଡା ଜିଲ୍ଲା ବିଜେପିର ନୂତନ ପଦାଧିକାରୀ ଘୋଷଣା

ରାୟଗଡା ଜିଲ୍ଲା ବିଜେପିର ନୂତନ ପଦାଧିକାରୀ ଘୋଷଣା

ରାୟଗଡା (ଅମୁଲ୍ୟ ନିଶଙ୍କ):ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମାନ୍ୟବର ଶ୍ରୀଯୁକ୍ତ ମନମୋହନ ସାମଲ ମହୋଦୟଙ୍କ ଅନୁମୋଦନ କ୍ରମେ ରାୟଗଡା ଜିଲ୍ଲା ବିଜେପି ସଂଗଠନକୁ ଅଧିକ ସୁଦୃଢ଼, ସକ୍ରିୟ ଓ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ନୂତନ ପଦାଧିକାରୀମାନଙ୍କ ଘୋଷଣା କରାଯାଇଛି।

ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦଙ୍କ ନେତୃତ୍ୱ ଅଧୀନରେ ଦଳ ପ୍ରତି ଅତୁଟ ନିଷ୍ଠା, ଦୀର୍ଘବର୍ଷର ସଂଗଠନାତ୍ମକ ଅଭିଜ୍ଞତା ଏବଂ ସମାଜସେବାରେ ସକ୍ରିୟ ଅବଦାନକୁ ବିଚାର କରି ବରିଷ୍ଠ ଓ ନିଷ୍ଠାବାନ କାର୍ଯ୍ୟକର୍ତ୍ତାମାନଙ୍କୁ ବିଭିନ୍ନ ପଦରେ ମନୋନୀତ କରାଯାଇଛି।

ଜିଲ୍ଲା ଉପ-ସଭାପତି ଭାବେରାଜତ ମାଦଲା, ଗୌରୀ ମାଣ୍ଡାଙ୍ଗି, ଦୁର୍ୟୋଧନ ପାଳ, ଦେବେନ୍ଦ୍ର ପଣ୍ଡା, ସୁଶୀଳା ଶରଫ, ଦୁଷ୍ମନ୍ତ ସିଂ ଦେଓ, ଶ୍ରୀନିବାସ ସ୍ୱାଇଁ ଓ ଚକ୍ରଧର ବିଡ଼ିକାଙ୍କୁ ଦାୟିତ୍ୱ ଦିଆଯାଇଛି।

ସାଧାରଣ ସମ୍ପାଦକ ଭାବେବନମାଳୀ ଗମାଙ୍ଗ, ଭିକାରି ନାହାକ ଓ ପୃଥିବୀରାଜ ଧନପତଙ୍କୁ ନିଯୁକ୍ତ କରାଯାଇଛି।ସମ୍ପାଦକ ଭାବେଧର୍ମିଷ୍ଠା ସାମନ୍ତ, ରାଜେଶ୍ୱରୀ ଶବର, ଦେବାଶିଷ ପଣ୍ଡା, ହରିସ ମୁଦୁଲି, ତରୁଣ ଗରଡ଼ିଆ, ବଳାମାଣି ଆନନ୍ତ, ଗୁଡଲା ସନ୍ଦୀପ ଓ ରଜିତା କୋରଡ଼ାଙ୍କୁ ଦାୟିତ୍ୱ ମିଳିଛି।

ଏହାସହ ଜିଲ୍ଲା କୋଷାଧ୍ୟକ୍ଷ ଭାବେ ଶାନ୍ଟୁନୁ ସୁବୁଦ୍ଧିଙ୍କୁ ନିଯୁକ୍ତ କରାଯାଇଛି।ନୂତନ ପଦାଧିକାରୀମାନଙ୍କ ନିଯୁକ୍ତି ଫଳରେ ରାୟଗଡା ଜିଲ୍ଲାରେ ବିଜେପି ସଂଗଠନ ଆହୁରି ମଜବୁତ ହେବ ବୋଲି ଆଶା ପ୍ରକାଶ କରାଯାଇଛି।