ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ମଙ୍ଗଳ ବିଭାଗ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ: ହଷ୍ଟେଲ ପରିଚାଳନା ଓ ଶିକ୍ଷକ ଙ୍କ ସୁରକ୍ଷା ସମସ୍ୟାର ସମାଧାନ ପାଇଁ ଦାବି

ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ମଙ୍ଗଳ ବିଭାଗ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ: ହଷ୍ଟେଲ ପରିଚାଳନା ଓ ଶିକ୍ଷକ ଙ୍କ ସୁରକ୍ଷା ସମସ୍ୟାର ସମାଧାନ ପାଇଁ ଦାବି

ରାୟଗଡ଼ା ଜିଲ୍ଲାପାଳଙ୍କୁ ଭେଟିଲେ ମଙ୍ଗଳ ବିଭାଗ ର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ: ହଷ୍ଟେଲ ପରିଚାଳନା ଓ ଶିକ୍ଷକ ଙ୍କ ସୁରକ୍ଷା ସମସ୍ୟାର ସମାଧାନ ପାଇଁ ଦାବି

ରାୟଗଡ଼ା( info media)ରାୟଗଡ଼ା ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧୀନରେ କାର୍ଯ୍ୟରତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ଜିଲ୍ଲାପାଳଙ୍କୁ ଭେଟି ନିଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି କରାଇଥିଲେ । ଅପରାହ୍ଣ ୫ ଘଟିକା ସମୟରେ ଜିଲ୍ଲାର ବିଭିନ୍ନ ଉଚ୍ଚବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ସେବାଶ୍ରମର ପ୍ରଧାନ ଶିକ୍ଷକ ତଥା ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଳକର୍ଣ୍ଣୀଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି।ଶିକ୍ଷକ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ଏହି ସ୍ମାରକୀ ପତ୍ରରେ ମୁଖ୍ୟତଃ ଦୁଇଟି ଦିଗ ଉପରେ ଗୁରୁତ୍ୱାରୋପ କରାଯାଇଛି ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ସଠିକ୍ ପରିଚାଳନା ଓ ଶିକ୍ଷକଙ୍କ ସୁରକ୍ଷା ବିଦ୍ୟାଳୟ ଓ ହଷ୍ଟେଲ ପରିସରରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା। ସ୍କୁଲ ପରିସର କୁ ବିଭିନ୍ନ ସମୟରେ ବହୁ ବ୍ୟକ୍ତି ଆସି ଶିକ୍ଷକ ତଥା ହଷ୍ଟେଲ ଦାୟିତ୍ୱ ରେ ରେ ଥିବା କର୍ମଚାରୀ ଙ୍କୁ ବାରମ୍ବାର ଧମକ ଦେବା ନେଇ ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣୀ ଶିକ୍ଷକମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିବା ସହ ସମସ୍ତ ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ଓ ଜ଼ିଲ୍ଲାପାଳ ଶୁଣିଥିଲେ। ଏହି ସମସ୍ୟାଗୁଡ଼ିକର ସମାଧାନ ପାଇଁ ସେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଜିଲ୍ଲାପାଳଙ୍କ ଏହି ସକାରାତ୍ମକ ଆଭିମୁଖ୍ୟ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଖୁସିର ଲହରୀ ଖେଳିଯାଇଛି ଓ ସେମାନେ ଜିଲ୍ଲାପାଳଙ୍କୁ ହୃଦୟର ସହିତ ଧନ୍ୟବାଦଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଗୋପୀନାଥ ପରିଚ୍ଛା, ମୋହନ ମାଝୀ,ମନୋଜ ସାହୁ, ବୃନ୍ଦାବନ ସାହୁ,ଡ଼ମ୍ବୁରୁଧର ମାଲବିଶୋଇ,ଦିଲ୍ଲୀପ କୁମାର ଚୌଧୁରୀ, ତିରୁମାଲା ବଦନା, ଲାଡି ଶ୍ରୀନିବାସ, ସିଲା ଶ୍ରୀନିବାସ, ରାମଚନ୍ଦ୍ର ପାଢୀଙ୍କ ସମେତ ଶିକ୍ଷୟିତ୍ରୀ ସୁନୀତା ସାହୁ, ସସ୍ମିତା ଦାସ,ଏସ ପି ମିଶ୍ର,ଝୋରିଡି ପ୍ରଧାନ ଶିକ୍ଷକ ଶତପଥୀ,ସଂଘମିତ୍ରା ଅଧିକାରୀ ଓ ଗାୟତ୍ରୀ ମିଶ୍ର ଙ୍କ ସମତେମଙ୍ଗଳ ବିଭାଗ ର ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ