ରାୟଗଡ଼ା ଉତ୍କଳ ତେଲୁଗୁ ସାମୁଖ୍ୟଲୁ ଉଗାଦି ଉତ୍ସବ ପାଳିତ
ରାୟଗଡ଼ା (info media): ରାୟଗଡ ସହର 326 ନମ୍ବର ଜାତୀୟ ରାଜପଥ କଡ଼ ଖଲିଗୁଡା ନିକଟସ୍ଥ ପଡିଆରେ ଉତ୍କଳ ତେଲୁଗୁ ସାମୁଖ୍ୟଲୁ ରାୟଗଡା ଉଗାଦୀ କମିଟି ପକ୍ଷରୁ ଆଜିଠୁ ଦୁଇ ଦିନ ଧରି ଉଗାଦି ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ କମିଟିର ଅଧ୍ଯକ୍ଷ ଯାଲ୍ଲା ଭେଙ୍କେଟେଶ୍ବର ରାଓ (କୋଣ୍ଡାବାବୁ) ଙ୍କ ନେତୃତ୍ବରେ ଅନୁଷ୍ଠିତ ହେଉଛି। ତେଲୁଗୁ ନବ ବର୍ଷ ପାଳନ ଅବସରରେ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଜି ଶ୍ରୀ କ୍ରୋଧୂନାମ ସମଭତାଶରମ୍ କାର୍ଯ୍ୟକ୍ରମ ସହ ଫଚାଙ୍ଗ ଶ୍ରବଣମ, ଉଗାଦୀ ଆଚାର ବଣ୍ଟନ, ଗୀତା ପାରାୟଣମ୍, କବି ସମ୍ମିଳନୀ ଏବଂ କବିତା ଗୋଷ୍ଠୀ କାର୍ଯ୍ୟକ୍ରମ ଉଗାଦି ଉତ୍ସବ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ପରେ ପରେ ରାୟଗଡ ର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ଙ୍କ ମନ୍ଦିର ଠାରୁ ଏକ ବିରାଟ କଳସ ଯାତ୍ରା ଲୋକନୃତ୍ୟ ମାଧ୍ୟମରେ ସହର ର ମୁଖ୍ୟ ରାସ୍ତା ଦେଇ ଉତ୍ସବ ପଡିଆ ଠାରେ ପହଂଚି ଥିଲା ସେହିପରି ଆଜି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶରୁ ଆସିଥିବା ପ୍ରଖ୍ୟାତ କଣ୍ଠଶିଳୀ ସଙ୍ଗୀତ ପରିବେଷଣ କରିଥିଲେ। ଟଲିଉଡ ହିରୋଇନ ବୈଷ୍ଣବୀ ଚୈତନ୍ୟା, ସାଇ ପ୍ରବୀଣ ବ୍ୟାଣ୍ଡ, କଣ୍ଠଶିଳ୍ପୀ ସ୍ବାରାଗ କୀର୍ତନ, ସଦାମ ଗ୍ରୁପ, ତନୁଶ୍ରୀ, ଶାହିଦ, ଲିପିକା ପ୍ରମୁଖ ଦୁଇ ଦିନ ଧରି ସଙ୍ଗୀତ ଏବଂ ନୃତ୍ୟ ପିରବେଷଣ କରିଥିଲେ। ଉଗାଦି ମହୋତ୍ସବ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମ ହେବାର ଦେଖିବାକୁ ମିଳିଥିଲା l ଜନସମାଗମ କୁ ଦୃଷ୍ଟିରେ ରଖି ଉଗାଦି କମିଟି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଆୟୋଜନ କରାଯାଇଛି । ପ୍ରଥମ ଦିନ ଅଳ୍ପ ବର୍ଷା ସ୍ୱେତେ ମଧ୍ୟ୍ୟ ପ୍ରାୟ 20 ହଜାରରୁ ଅଧିକ ଲୋକଙ୍କ ସାମଗମ ଦେଖିବାକୁ ମିକିଥିଲା ଓ ସମସ୍ତ ଙ୍କ ପାଇଁ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l ଆ ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ବିରାଟ ପଟୁଆରରେ ଉଗାଦି ମହୋତ୍ସବର କଳସ ଯାତ୍ରା ଖଲିଗୁଡା ସ୍ଥିତ ଉଗାଦି ପଡିଆ କୁ ଆସିବା ସମୟରେ ଉଗାଦି ମହୋତ୍ସବର ଆବାହକ ୟାଲା ଭେଙ୍କେଟେଶ୍ଵର ରାଓ (କୋଣ୍ଡା ବାବୁ), ରାୟଗଡା ଜିଲ୍ଲା ବିଜେପି ପ୍ରଭାରୀ ତଥା ରାଜ୍ୟ ଉପ-ସଭାପତି କୋଦୁରୁ ନାରାୟଣ ରାଓ, ଜିଲ୍ଲା ବିଜେପି ସଭାପତି ଗୋପି ଆନନ୍ଦ, କାଶି ନାଇଡୁ, ଧନପତି ପୃଥୀ, ମଣିର, ପ୍ରମୁଖ ଏହି ଶୋଭାଯାତ୍ରା ରେ ଉପସ୍ଥିତ ଥିଲେ | ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ଲୋକକଳା ନୃତ୍ୟ ମୁଖ୍ୟ ଆକର୍ଷଣ ଥିଲା I ଉଗାଦି ପ୍ରଥମ ଦିନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ଉପ-ସଭାପତି ତଥା ଜିଲ୍ଲା ପ୍ରଭାରୀ କଦୁରୁ ନାରାୟଣ ରାଓ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ର ମୁଖ୍ୟ ଛୋଟେଲାଲ ଙ୍କ ସମତେ ଜ଼ିଲ୍ଲା ବିଜେପି ର ବହୁ ନେତା ଯୋଗ ଦେଇଥିଲେ ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
